Latest Odisha News

BREAKING NEWS

ଟୁଲକିଟ ମାମଲା: ମେନିପ୍ୟୁଲେଟଡ ଟ୍ୟାଗ ହଟାଇବାକୁ ଟ୍ୱିଟରକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଟୁଲକିଟ ମାମଲାରେ ଟ୍ୱିଟରର ପଦକ୍ଷେପ ନେଇ କେନ୍ଦ୍ର ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣାର ତଦନ୍ତ ଚାଲିଥିବା ବେଳେ ବିଜେପି ନେତାଙ୍କ ଟ୍ୱିଟକୁ ଟ୍ୱିଟର ମେନିପ୍ୟୁଲେଟଡ ମିଡିଆ ଭାବେ ବ୍ୟବହାର କରିଛି । ଯାହାକୁ ତୁରନ୍ତ ହଟାଇବା ପାଇଁ ସରକାର ଟ୍ୱିଟରକୁ କହିଛନ୍ତି । ତଦନ୍ତ ପ୍ରକ୍ରିୟାରେ ଅଯଥା ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ସରକାର କହିଛନ୍ତି ।

ସୂଚନାଯୋଗ୍ୟ, କରୋନା ମହାମାରୀ ଉପରେ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ସମାଲୋଚନା କରିବା ପାଇଁ କଂଗ୍ରେସ ଟୁଲକିଟ ପ୍ରସ୍ତୁତ କରିଥିଲା ବୋଲି ବିଜେପିର ମୁଖପାତ୍ର ସମ୍ବିତ ପାତ୍ର ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ଯାହା ଫଳରେ ଏହି ବିବାଦର ସୂତ୍ରପାତ ହୋଇଥିଲା । କଂଗ୍ରେସ ଏ÷ି ଅଭିଯୋଗକୁ ଖଣ୍ଡନ କରୁଛି ।

Leave A Reply

Your email address will not be published.