Latest Odisha News

BREAKING NEWS

ନୟାଗଡ଼ରୁ ପୁଣି ବ୍ରାଉନସୁଗାର ଜବତ, ୨ ଗିରଫ

ନୟାଗଡ଼: ଜ଼ିଲ୍ଲାରେ ଦିନକୁ ଦିନ ବ୍ରାଉନ ସୁଗାର ବେପାର ବୃଦ୍ଧି ପାଇବାରେ ଲାଗିଛି । ଆଜି ପୋଲିସ ନୟାଗଡ ଷ୍ଟେସନରୁ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ସିଦ୍ଧାନ୍ତ ନାୟକ ଓ ପ୍ରକାଶ ନାୟକ । ଏମାନେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଏମାନଙ୍କ ଠାରୁ ୪ଗ୍ରାମ ୩୧୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି କ୍ଷ ଏଥି ସହ ଦୁଇଟି ମୋବାଇଲ ଓ ଏକ ବାଇକ ମଧ୍ୟ ଜବତ କରିଛି ପୋଲିସ କ୍ଷ ଆସନ୍ତା କାଲି ଏହି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯିବ ।

ଦୁଇ ଦିନ ତଳେ ଇଟାମାଟି ଥାନା ପୋଲିସ ଦ୍ୱାରା ୨ ଜଣ ବ୍ରାଉନ ସୁଗାର ବେପାରୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା ।
ଜିଲ୍ଲାର ବର୍ତ୍ତମାନ ବ୍ରାଉନ ସୁଗାର କାରବାର ବଢିବାରେ ଲାଗିଥିବାରୁ ଏହାର ପ୍ରଭାବ ଯୁବ ପିଢୀଙ୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.