ନୂଆଦିଲ୍ଲୀ: କିଛିଦିନ ତଳେ ଅଭିନେତା ସଞ୍ଜୟ ଦତ୍ତ ମାରାତ୍ମକ ରୋଗ କର୍କଟରୁ ଆରୋଗ୍ୟ ଲାଭ କରିଛନ୍ତି। ଏବେ ଖୁବ୍ ଶୀଘ୍ର ଦର୍ଶକଙ୍କୁ ପୁଣି ଥରେ ସଞ୍ଜୟଙ୍କ ଅଭିନୟ ଦେଖିବାର ସୁଯୋଗ ମିଳିବ। ଆଶୁତୋଷ ଗୋୱାରିକରଙ୍କ ନୂଆ କ୍ରୀଡା ଡ୍ରାମା ଫିଲ୍ମରେ ସଞ୍ଜୁ ବାବା କାମ କରିବାକୁ ଯାଉଛନ୍ତି। ତେବେ ଏହି ଚଳଚ୍ଚିତ୍ରର ନାମ ହେଉଛି ‘ତୁଲସୀଦାସ ଜୁନିୟର’। ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଏବଂ ଆଶୁତୋଷ ଗୋୱାରିକର ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେବ। ତେବେ ଏହି ଚଳଚ୍ଚିତ୍ରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଏବଂ ଭୂଷଣ କୁମାର ପ୍ରଥମ ଥର ପାଇଁ ଏଠାକି କାମ କରୁଛନ୍ତି।
ଏହି ନୂତନ ଚଳଚ୍ଚିତ୍ର ଉପରେ ଆଶୁତୋଷ ଗୋୱାରିକର ଟ୍ୱିଟ୍ କରି କହିଛନ୍ତି ଯେ ଏକ ସଙ୍ଗୀତ ସହଯୋଗ ଯାହା ଏବେ ଏକ ଚଳଚ୍ଚିତ୍ର ସହଯୋଗରେ ପରିଣତ ହୋଇଛି। ପ୍ରସ୍ତୁତ ରୁହ # ତୁଲସୀଦାସ ଜୁନିୟର ଖୁବ ଶୀଘ୍ର ଆସିବ। “ଏହି ଟ୍ୱିଟରେ ସେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ହାତରେ ଏକ ରୂପା ବଲ ଦେଖିବାକୁ ମିଳିଛି ଏବଂ ସେହି ବଲ୍ ମଧ୍ୟରେ ସୁନେଲି ବର୍ଣ୍ଣର ଟ୍ରଫି ନିର୍ମିତ ହୋଇଛି।
Comments are closed.