ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ ୧୦୦ଆକର୍ଷଣୀୟ ସହର ତାଲିକାରେ ଭାରତର କେବଳ ଗୋଟିଏ ସହର ସ୍ଥାନ ପାଇଛି । ଲଗାତାର ଚତୁର୍ଥ ବର୍ଷ ପାଇଁ ପ୍ୟାରିସ ଦୁନିଆର ସବୁଠାରୁ ଆକର୍ଷଣୀୟ ସହର ଭାବରେ ଏହି ଆଖ୍ୟା ବଜାୟ ରଖିଛି | ଏକ ଡାଟା ଆନାଲିଟିକ୍ସ କମ୍ପାନୀ ୟୁରୋମୋନିଟର ଇଣ୍ଟରନ୍ୟାସନାଲ୍ରର ସଦ୍ୟତମ ରିପୋର୍ଟ ଅନୁଯାୟୀ କେବଳ ଗୋଟିଏ ଭାରତୀୟ ସହର ଶ୍ରେଷ୍ଠ ୧୦୦ରେ ସ୍ଥାନିତ କରିଛି।
ମାଦ୍ରିଦ ଏବଂ ଟୋକିଓ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଦିଲ୍ଲୀ ୭୪ତମ ସ୍ଥାନରେ ଥିବା ଭାରତୀୟ ସହର ଭାବରେ ସ୍ଥାନ ପାଇଛି।
ପର୍ଯ୍ୟଟନ, ଆର୍ଥିକ ଓ ବ୍ୟବସାୟିକ କାର୍ଯ୍ୟଦକ୍ଷତା, ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡକୁ ଭିତ୍ତି କରି ତାଲିକା ପ୍ରସ୍ତୁତ କରାଯାଇଛି ।
ତାଲିକାର ୪ର୍ଥ ସ୍ଥାନରେ ରୋମ, ୫ମରେ ମିଲାନ , ୬ଷ୍ଠରେ ନ୍ୟୁୟର୍କ, ୭ମରେ ଆମଷ୍ଟରର୍ଡମ ,୮ମରେ ସିଡନୀ , ୯ମରେ ସିଙ୍ଗାପୁର ,୧୦ମରେ ବାର୍ସିଲୋନା ସହର ରହିଛି ।
ଏପଟେ ଗତ ବର୍ଷ ଦଶମ ସ୍ଥାନରେ ଥିବା ଲଣ୍ଡନ ସହର ଏବେ ତାଲିକାର ୧୩ତମ ସ୍ଥାନରେ ରହିଛି ।
Comments are closed.