Latest Odisha News

BREAKING NEWS

ଏ ହେଉଛି ଦେଶର ବହୁ ଚର୍ଚ୍ଚିତ ଦଙ୍ଗା, ଯେଉଁଥିରେ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଆପଣମାନେ ସାଧାରଣତଃ ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା ହେଉଥିବା ଘଟଣା ପ୍ରାୟତଃ ଶୁଣିଥିବେ l ଏହି ଦଙ୍ଗାରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଇଥାନ୍ତି l ବାସ୍ତବରେ ଆମ ଦେଶରେ ଦଙ୍ଗାର ଇତିହାସ ବହୁ ପୁରୁଣା l ଝିମିଟି ଖେଳରୁ ମହାଭାରତ ହେବ ପରି ସାମାନ୍ୟ ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ବ୍ୟାପକ ମାରପିଟ ସହ ଜଳାପୋଡ଼ା ଚିତ୍ର ଦେଖିବାକୁ ମିଳିଥାଏ l କିନ୍ତୁ ଆଜି ଆମେ ଭାରତରେ ଘଟିଥିବା 5 ଟି ବଡ ଦଙ୍ଗା ବିଷୟରେ କହିବୁ, ଯାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ l ସେହି ଦଙ୍ଗାର ଛାତିଥରା ଦୃଶ୍ୟ ହୁଏତ ଆଜି ବି କିଛି ଲୋକଙ୍କ ମଧ୍ୟରେ ଉଦଜୀବିତ ହୋଇ ରହିଛି l

ଶିଖ ଦଙ୍ଗା(1984)

ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଦଙ୍ଗା ଆରମ୍ଭ ହୋଇଥିଲା। ଏହାର ସବୁଠାରୁ ବଡ ପ୍ରଭାବ ଦିଲ୍ଲୀ, ପଞ୍ଜାବ ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏହି ଦଙ୍ଗାରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ବାସ୍ତବରେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରିଥିବା ଦୁଇ ଅଙ୍ଗରକ୍ଷୀ ଶିଖ୍ ଥିଲେ। ତେଣୁ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶର ଲୋକମାନେ ଶିଖମାନଙ୍କ ଉପରେ କ୍ରୋଧିତ ହୋଇ ଦଙ୍ଗା ଆରମ୍ଭ କରିଥିଲେ।

ଭାଗଲପୁର ଦଙ୍ଗା (1989)

ଅକ୍ଟୋବର 1989 ରେ ବିହାରର ଭାଗଲପୁରରେ ଦଙ୍ଗା ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟତଃ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନେ ସାମିଲ ହୋଇଥିଲେ। ଏହି ଦଙ୍ଗାରେ 1 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ମୁମ୍ବାଇ ଦଙ୍ଗା (1992)

ବାବ୍ରି ମସଜିଦ ଭାଙ୍ଗିବା ପରେ ମୁମ୍ବାଇରେ ଦଙ୍ଗା ଆରମ୍ଭ ହୋଇଥିଲା। ଏହି ହିଂସା ଡିସେମ୍ବର 1992 ରେ ଆରମ୍ଭ ହୋଇ ଜାନୁୟାରୀ 1993 ପର୍ଯ୍ୟନ୍ତ ଚାଲିଥିଲା। ଶ୍ରୀକୃଷ୍ଣ କମିଶନରର ରିପୋର୍ଟ ଅନୁଯାୟୀ, ଦୁଇ ମାସ ଧରି ଚାଲିଥିବା ଏହି ଦଙ୍ଗାରେ ପ୍ରାୟ 900 ଲୋକଙ୍କର ମୃତ୍ୟୁ ଘଟିଥିଲା।

ଗୋଧ୍ରା ଦଙ୍ଗା (2002)

2002ରେ ଘଟିଥିଲା ଗୋଧ୍ରା କାଣ୍ଡ l ଏହି ଦଙ୍ଗାରେ 790 ମୁସଲମାନ ଏବଂ 254 ହିନ୍ଦୁ ନିହତ ହୋଇଥିଲେ। ଏହି ଦଙ୍ଗା ସମୟରେ ଦେଶର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସିଏମ୍ ଥିଲେ। 27 ଫେବୃଆରୀ 2002 ରେ, ରେଳ ଷ୍ଟେସନରେ ସାବରମତି ଟ୍ରେନର S-6 କୋଚରେ ନିଆଁ ଲଗାଇ ଦିଆଯାଇଥିଲା l ଏଥିରେ ମୋଟ୍ ୫୯ କାରସେବକ ପ୍ରାଣ ହରାଇଥିଲେ । ଯେତେବେଳେ ସେମାନେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ସେମାନଙ୍କ ଉପରକୁ ପଥର ମାଡ କରାଯାଇଥିଲା l ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା l ଫଳସ୍ୱରୂପ, ସମଗ୍ର ଗୁଜୁରାଟରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା।

Comments are closed.