Latest Odisha News

BREAKING NEWS

କରୋନାରେ ସର୍ବାଧିକ ପ୍ରଭାବିତ ୫ ଟି ଦେଶ ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: କରୋନା କବଳରେ ସାରାବିଶ୍ୱ । ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୯୬ ହଜାର ୪୯୬ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୯୫,୫୦୬ ଛୁଇଁଛି।

ତେବେ ଏହି ମହାମାରୀ ପ୍ରଭାବରେ ସର୍ବାଧିକ ପ୍ରଭାବିତ ହୋଇଥିବା ୫ ଟି ଦେଶ ସମ୍ପର୍କରେ ଜାଣନ୍ତୁ…

ଆମେରିକା: କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା । ଏଠାରେ କରୋନା ସଂକ୍ରମଣର୍ ସଂଖ୍ୟା ଅନ୍ୟ ଦେଶ ମାନଙ୍କ ଠାରୁ ଢେର ଅଧିକା। ଏଠାରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୬୪୯୮ ଜଣ ଲୋକ କରୋନା ଯୋଗୁଁ ପ୍ରାଣ ହରାଇଲେଣି ।

ସ୍ପେନ: ଆମେରିକା ପଛକୁ ରହିଛି ସ୍ପେନ। ଏଠାରେ ମଧ୍ୟ କରୋନା ସଂକ୍ରମିଟଙ୍କ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି। ଦେଖୁଦେଖୁ ସ୍ପେନରେ କରୋନା ପ୍ରଭାବରେ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୫,୪୪୭ ଜଣ ଲୋକ ପ୍ରାଣ ହରାଇଲେଣି ।

ଇଟାଲୀ: ଆମେରିକା ଓ ଫ୍ରାନ୍ସ ପରେ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ଇଟାଲୀ । ଏଠାରେ କରୋନା ପ୍ରଭାବରେ ପାଖାପାଖି ୧ ଲକ୍ଷ ୭୦ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ, ୧୮,୨୭୯ ଜଣ ଲୋକ ପ୍ରାଣ ହରାଇଥିବା ରେକର୍ଡ ହୋଇଛି ।

ଜର୍ମାନୀ: ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛି ଜର୍ମାନୀ । ଏଠାରେ କରୋନା ପ୍ରଭାବରେ ପ୍ରାୟ ଦେଢ଼ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୬୦୭ ଜଣ ଲୋକ ପ୍ରାଣ ହରାଇଛନ୍ତି ।
ଫ୍ରାନ୍ସ: ଫ୍ରାନ୍ସରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧ ଲକ୍ଷ ୮ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ, ୧୨,୨୦୦ ଲୋକ ପ୍ରାଣ ହରାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ ପ୍ରକାଶ ।

Comments are closed.