Latest Odisha News

ସରପଞ୍ଚ ସମର୍ଥକଙ୍କ ଟାହି-ଟାପରା ସହି ନପାରି ଯୁବତୀଙ୍କ ଆତ୍ମହତ୍ୟା

ପାଟକୁରା: ଅସଦାଚରଣକୁ ସହ୍ୟ ନକରି ପାରି ଯୁବତୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମୁଦା ଗ୍ରାମର ପିଙ୍କି ଓରଫ ଶୁଭଶ୍ରୀ ସୁଭଦର୍ଶିନୀ ସ୍ୱାଇଁ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଗତ ମାସ ଜୁନ ୧୭ରେ ଯୁବତୀଙ୍କ ପରିବାର ଲୋକଙ୍କ ଉପରେ ରାଜନୈତିକ ଆକ୍ରୋଶ ରଖି ପଦ୍ମପୁର ପଞ୍ଚାୟତ ସରପଞ୍ଚ ଅନୁସୟା ବେହେରାଙ୍କ ସମର୍ଥକମାନେ ଗଣ୍ଡଗୋଳ କରିଥିଲେ ବୋଲି ପାଟକୁରା ଥାନାରେ ଅଭିଯୋଗ ହୋଇଥିଲ ।

ପାଟକୁରା ଥାନା କିଛି ପଦକ୍ଷପ ନେଇନଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ପିଙ୍କିଙ୍କୁ ସବୁବେଳେ ଅଭିଯୁକ୍ତ ମାନେ ଟାହି ଟାପରା କରୁଥିଲେ ।
ଆଉ ପିଙ୍କି ଟାହି ଟାପରା ସହି ନପାରି ଆଜି ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ସ୍ପଷ୍ଟ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ପିଙ୍କି ଗ୍ରାଜୁଏସନ ପାସ କରି ଟେଲରିଙ୍ଗ କରୁଥିଲେ ।

ତେବେ ସରପଞ୍ଚ ଅନୁସୟା ବେହେରା ଓ ତାଙ୍କ ସମର୍ଥକ ମାନଙ୍କ ନାମରେ ପାଟକୁରା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ କୌଣସି ପଦକ୍ଷେପ ହୋଇନଥିଲା । ଏବେ ପିଙ୍କିଙ୍କ ମୃତଦେହକୁ ପାଟକୁରା ଥାନା ଆଗରେ ରଖି ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.