Latest Odisha News

BREAKING NEWS

ଭିଡ଼ିଓ ଜାରି କରି ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍‌ କଲେ ଟପ୍ ମାଓନେତା ଭୂପତି..

ମାଲକାନଗିରି: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ମାଓ ସଙ୍ଗଠନର ଅନେକ ବଡ ବଡ ନେତା ସଙ୍ଗଠନ ଛାଡିବାରେ ଲାଗିଛନ୍ତି । ଏହାରି ଭିତରେ ଏକ ଭିଡ଼ିଓ ଜାରି କରି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅପିଲ୍‌ କରିଛନ୍ତି ଟପ୍‌ ମାଓନେତା ଭୂପତି । ଦେଢ ମାସ ତଳେ ଗଡଚିରୋଲିରେ ଆତ୍ମସମର୍ପଣ କରିଥିଲେ ସିପିଆଇ ସଂଗଠନର ଟପ୍‌ ମାଓନେତା ବେଣୁ ଗୋପାଳ ଭୂପତି ।

ଭିଡିଓରେ ଭୂପତି କହିଛନ୍ତି ଯେ, ଅସ୍ତ୍ର ଛାଡି ମାଓବାଦୀମାନେ ଆତ୍ମସମର୍ପଣ କରନ୍ତୁ । ଏବେ ସମୟ ବଦଳିଛି, ଦେଶ ବଦଳିଛି, ପରିସ୍ଥିତି ମଧ୍ୟ ବଦଳୁଛି । ତେଣୁ ଅସ୍ତ୍ର ଛାଡି ଲୋକଙ୍କ ପାଖକୁ ଯିବାକୁ ପଡିବ । ଭୂପତି କହିଛନ୍ତି ଯେ ପରିବର୍ତ୍ତିତ ପରିସ୍ଥିତିରେ ଅସ୍ତ୍ର ଧରି ସଂଗ୍ରାମ କରିବା ସମ୍ଭବ ନୁହେଁ । ଅସ୍ତ୍ର ପାଇଁ ଆମେ ବହୁତ କିଛି ହରାଇଛୁ, ଅନେକ କ୍ଷତି ସହିଛୁ ।

ଲୋକଙ୍କ ସମସ୍ୟାର ସମାଧାନ ସମ୍ବିଧାନ ଜରିଆରେ ହୋଇପାରିବ ବୋଲି ଭୂପତି କହିଛନ୍ତି । ସମ୍ବିଧାନ ଅନୁସାରେ କାମ କରିବାକୁ ହେବ, ଏହା ହିଁ ଏକମାତ୍ର ବିକଳ୍ପ । ତେବେ ଗତକାଲି ହିଡମାର ମୃତ୍ୟୁ ହୋଇଛି । ଏହା ପରେ ଏହି ଭିଡିଓ ଜାରି କହିଛନ୍ତି ଟପ୍‌ ମାଓନେତା ଭୂପତି ।

ଗତ ୨ ଦିନ ଧରି ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି । ୨ ଦିନ ଭିତରେ ୧୩ ଜଣ ମାଓବାଦୀ ନିପାତ ହୋଇଥିବାବେଳେ ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ସବୁ ମାଓବାଦୀ ଦକ୍ଷିଣ ବସ୍ତର ଓ ଦଣ୍ଡକାରଣ୍ୟ ଡିଭିଜନର । ଗିରଫଙ୍କ ମଧ୍ୟରେ ୨୩ ପ୍ଲାଟୁନ ମାଓ ସଦସ୍ୟ, ୫ ଡିଭିଜନାଲ କମିଟି ମେମ୍ବର । ଗିରଫ ମାଓମାଦୀଙ୍କ ମଧ୍ୟରେ ଅଛନ୍ତି ୧୯ ଜଣ ଏରିଆ କମିଟି ସଦସ୍ୟ ।

Comments are closed.