Latest Odisha News

BREAKING NEWS

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ଖସିଗଲେ ମାଓ ନେତା

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଓଡିଶା-ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ପୁଲିସକୁ ମିଳିଛି ବଡ ସଫଳତା । ଗତକାଲି ପାପେରମେଟଲା ଗ୍ରାମପଂଚାୟତ ଅନ୍ତର୍ଗତ ଗୁନାମାମୁଡି ଅଂଚଳରେ ପୁଲିସ-ମାଓବାଦୀ ଗୁଳିବିନିମୟ ଘଟିଥିଲା । ସର୍ଚ ଅପରେସନ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଗୁଳିଗୋଳା ଓ ମାଓସାଗ୍ରୀ ଜବତ ହୋଇଛି ।

ଗୁନାମାମୁଡି ଜଙ୍ଗଲରେ ମାଓ ନେତା ଜଗନ ଓ ମାଓନେତ୍ରୀ ଅରୁଣା ଏକ ଶିବିରି ଚଳାଉଥିବା ଖବର ମିଳିବା ପରେ ସେଠାରେ ଚଢାଉ ହୋଇଥିଲା । ଘଟଣାସ୍ଥଳରୁ ମାଓବାଦୀମାନେ ଖସି ପଳାଇଛନ୍ତି । ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି ଯେ ଗୁଇନ୍ଦା ସୂଚନା ମିଳିବା ପରେ ମଙ୍ଗଳବାରଦିନ ଓଡ଼ିଶା ପୁଲିସର ଏସଓଜି, ଡିଭିଏଫ, ବିଏସଏଫ ଓ ଆନ୍ଧ୍ରପ୍ରଦେଶ ପୁଲିସର ମିଳିତ ବାହିନୀ ପକ୍ଷରୁ ଏକ ନକ୍ସଲ-ବିରୋଧୀ ଅପରେସନ ଆରମ୍ଭ କରାଯାଇଥିଲା ।

ମାଲକାନଗିରି-ଆନ୍ଧ୍ର ସୀମାରେ ଥିବା ପେପରମେଟଲା ଥାନା ଅଞ୍ଚଳରେ ଥିବା ଭୀମରାମ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାବାହିନୀ କମ୍ବିଂ ଅପରେସନ କରୁଥିବାବେଳେ ମାଓବାଦୀମାନେ ହଠାତ ଗୁଳିଚାଳନା କରିଥିଲେ । ସୁରକ୍ଷାବାହିନୀ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା । କିଛିସମୟ ପରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ପୁଲିସ ପକ୍ଷରୁ ଆଇଇଡି, ଜୀବନ୍ତ ଗୁଳି, ଏସଏଲଆର ମାଗାଜିନ, ଡିଟୋନେଟର, ରେଡିଓ, ମାଓ ପୁସ୍ତକ, ମାଓ ୟୁନିଫର୍ମ ଆଦି ଜବତ ହୋଇଛି ।

Leave A Reply

Your email address will not be published.