Latest Odisha News

BREAKING NEWS

‘ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଦେଉଛି ଭାରତ’: ଟ୍ରମ୍ପଙ୍କ ଶୀର୍ଷ ପରାମର୍ଶଦାତା ଓଗାଳିଲେ ବିଷ, ଦେଲେ ୧୦୦% ଶୁଳ୍କ ଚେତାବନୀ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଦଳ ଲଗାତାର ଭାରତ ବିରୁଦ୍ଧରେ ବିଷ ଓଗାଳୁଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଭାରତ ବିରୁଦ୍ଧରେ, ଏମିତିକି ଭାରତକୁ ଅପମାନ କରି ଅନେକ ବୟାନ ଦେଇଛନ୍ତି। ଏବେ ହ୍ୱାଇଟ୍ ହାଉସରେ ତାଙ୍କର ଶୀର୍ଷ ପରାମର୍ଶଦାତା ଷ୍ଟିଫେନ୍ ମିଲର୍ ମଧ୍ୟ ଭାରତ ବିଷୟରେ ବିଷ ଓଗାଳିଛନ୍ତି। ସେ ସିଧାସଳଖ ଭାରତ ଉପରେ ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଦେବାର ଅଭିଯୋଗ କରିଛନ୍ତି।

ଫକ୍ସ ନ୍ୟୁଜର ସଣ୍ଡେ ମର୍ଣ୍ଣିଂ ଫ୍ୟୁଚର୍ସରେ ଦିଆଯାଇଥିବା ଏହି ବିବୃତ୍ତିଗୁଡ଼ିକ ଭାରତ ଏବଂ ଆମେରିକା ପ୍ରମୁଖ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଂଶୀଦାର ହେବା ସତ୍ତ୍ୱେ, ଦିଲ୍ଲୀ ପ୍ରତି ୱାଶିଂଟନର ମତକୁ ଆହୁରି କଠୋର କରିବା ସୂଚାଉଛି।

ମିଲର କହିଛନ୍ତି ଯେ ଋଷରୁ ତେଲ କିଣି ଏହି ଯୁଦ୍ଧକୁ ପାଣ୍ଠି ଯୋଗାଇବା ଭାରତ ପାଇଁ ଗ୍ରହଣୀୟ ନୁହେଁ। ମିଲର ଦାବି କରିଛନ୍ତି ଯେ ଭାରତ ଏବେ ରୁଷ ତେଲ କ୍ରୟ କ୍ଷେତ୍ରରେ ପ୍ରାୟ ଚୀନ ସହିତ ସମାନ ଏବଂ ଏହି ତୁଳନା ୱାଶିଂଟନ ଏବଂ ନୂଆଦିଲ୍ଲୀ ଉଭୟଙ୍କୁ ଆଶ୍ଚର୍ଯ୍ୟ କରିପାରେ। ସେ କହିଛନ୍ତି, ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତ ମୂଳତଃ ରୁଷ ତେଲ କିଣିବାରେ ଚୀନ ସହିତ ସମାନ। ଏହା ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ। ମିଲରଙ୍କ ଏହି ବିବୃତ୍ତି ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଆମେରିକାର ଶୁଳ୍କ ଲାଗୁ ହେବାର କିଛି ଦିନ ପରେ ଆସିଛି। ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ସହିତ, ଟ୍ରମ୍ପ ରୁଷ ତେଲ ଏବଂ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଭାରତ ଉପରେ ଜରିମାନା ଲଗାଇବା ବିଷୟରେ ମଧ୍ୟ କଥା ହୋଇଛନ୍ତି। ତଥାପି, ଜରିମାନା କେତେ ହୋଇପାରେ ତାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ।

ତଥାପି ଭାରତ ରୁଷରୁ ଦେଲା କ୍ରୟ କରିବା ବନ୍ଦ୍ କରୁନଥିବା ବ ବେଳେ ଏବେ ଟ୍ରମ୍ପଙ୍କ ଦଳ ଭାରତ ପଛରେ ହାତ ଧୋଇ ପଡିଯାଇଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ରୁଷିଆନ ତେଲ କିଣିବା ପାଇଁ ଭାରତ ଉପରେ ଜରିମାନା ଲଗାଇବା ଭାରତର ସାର୍ବଭୌମତ୍ୱର ସିଧାସଳଖ ଉଲ୍ଲଂଘନ। ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା କିପରି ନିଷ୍ପତ୍ତି ନେଇପାରିବ ଯେ ଭାରତ କାହା ସହିତ କି ପ୍ରକାରର ସମ୍ପର୍କ ରଖିବା ଉଚିତ। ଯଦିଓ ଆମେରିକା ନିରନ୍ତର ଚାପ ବୃଦ୍ଧି କରୁଛି, କିନ୍ତୁ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସର ରିପୋର୍ଟ ଅନୁଯାୟୀ, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ସେ ଏହାର ଶକ୍ତି ରଣନୀତିରେ କୌଣସି ପରିବର୍ତ୍ତନ କରିବେ ନାହିଁ। ଭାରତର ଯୁକ୍ତି ହେଉଛି ଯେ ରୁଷିଆରୁ ତେଲ ନେବା ଏହାର ରଣନୈତିକ ସ୍ୱାୟତ୍ତତା ଏବଂ ଆର୍ଥିକ ଆବଶ୍ୟକତା ସହିତ ଜଡିତ। ସେହି ସମୟରେ, ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ ମିଲରଙ୍କ ମନ୍ତବ୍ୟ ଉପରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଜାରି କରିନାହିଁ।

ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସୂଚିତ କରିଛନ୍ତି ଯେ ଯଦି କୌଣସି ଦେଶ ରୁଷରୁ ଶକ୍ତି ଆମଦାନୀ ଜାରି ରଖେ ଏବଂ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ନହୁଏ, ତେବେ ଆମେରିକା ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇପାରେ। ଯଦିଓ ମିଲର ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ ଏବଂ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି, କିନ୍ତୁ ସଙ୍କେତ ସ୍ପଷ୍ଟ ଯେ ଯଦି ଭାରତ ରୁଷରୁ ଶକ୍ତି କିଣିବା ଜାରି ରଖେ, ତେବେ ଆଗାମୀ ସମୟରେ ଟ୍ରମ୍ପ ପ୍ରଶାସନର କାର୍ଯ୍ୟକାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ତିକ୍ତ ହୋଇପାରେ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପରାମର୍ଶଦାତାମାନେ ଟ୍ରମ୍ପଙ୍କ କାନରେ ପକାଇଛନ୍ତି ଯେ ଭାରତ ଏବଂ ଚୀନ୍ ଯୋଗୁଁ ରୁଷ ଏବେ ବି ୟୁକ୍ରେନ ସହିତ ଯୁଦ୍ଧ ଲଢ଼ୁଛି। ସେହି ସମୟରେ, ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଦାବି କରିଥିବା ଟ୍ରମ୍ପ ଯୁଦ୍ଧ ଜାରି ରହିବା ଯୋଗୁଁ ଏବେ ବି ନର୍ଭସ ଦେଖାଯାଉଛନ୍ତି ଏବଂ ଅବାନ୍ତର ବୟାନ ଏବଂ ନିଷ୍ପତ୍ତି ନେଉଛନ୍ତି।

Comments are closed.