Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚାହୁଁଚାହୁଁ ବୁଡିଗଲା ଡଙ୍ଗା, ୧୦ ମଧ୍ୟରୁ ୨ ନିଖୋଦ

ଭୁବନେଶ୍ୱର: ମୋବାଇଲ କ୍ୟାମେରାରେ କଏଦ ହୋଇଛି ଛାତି ଥରାଇ ଦେଲାଭଳି ଘଟଣା । ଆଖି ସାମ୍ନାରେ ଚାହୁଁଚାହୁଁ ବୁଡିଗଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ୧୦ ଜଣ ସବାର ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନିଖୋଜ ଥିବା ଜଣାପଡିଛି ।

ଗତ ଶୁକ୍ରବାର ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ତେହାଙ୍ଗୁର୍ ସିନ୍ଧ ନଦୀରେ ଗୋଟିଏ ଛୋଟ ଡଙ୍ଗାରେ ମହିଳା, ପୁରୁଷ ଓ ଛୋଟ ପିଲା ସବାର୍ ଥିଲେ । ସେହି ସମୟରେ ଡଙ୍ଗାଟି ଭାରସାମ୍ୟ ରକ୍ଷା କରିନପାରି ଓଲଟି ପଡିଥିଲା ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଖବର ପାଇ ଘଟଣାସ୍ଥଳରେ ପହଂଚି ଷ୍ଟେଟ୍ ଡିଜାଷ୍ଟର୍ ରେସ୍ପୋନ୍ସ ଫୋର୍ସ ଲୋକଙ୍କୁ ଉଦ୍ଧାର କରିଥିଲା । ହେଲେ ୧୦ ଜଣଙ୍କ ମଧ୍ୟରୁ ୨ ଜଣ ନିଖୋଜ ଥିବା ଜଣାପଡିଛି । ଡଙ୍ଗାରେ ହିଲଗାଓଁର ଲୋକେ ସବାର ଥିଲାବେଳେ ଏକ ଭୋଜିରେ ସାମିଲ ହେବାକୁ ବାହାରିଥିଲେ । ନିଖୋଜ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ନାବାଳିକ ଓ ଜଣେ ନାବାଳିକା ଥବା ଜଣାପଡିଛି ।

Comments are closed, but trackbacks and pingbacks are open.