Latest Odisha News

BREAKING NEWS

ଦୁର୍ଗା ପୂଜା ପାଇଁ କଡ଼ା ସୁରକ୍ଷା, ସାରା ରାଜ୍ୟରେ ୨୩୦ ପ୍ଲାଟୁନ୍ ପୋଲିସ ମୁତୟନ

ଭୁବନେଶ୍ୱର: ପାର୍ବଣ ପାଇଁ ପୋଲିସର ପ୍ରସ୍ତୁତି । ରାଜ୍ୟବ୍ୟାପୀ ମୁତୟନ ୨୩୦ ପ୍ଲାଟୁନ୍ ପୋଲିସ । ଦୁର୍ଗା ପୂଜା ସମୟରେ ହେଉଥିବା ଜନଗହଳି ଓ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସାରା ରାଜ୍ୟରେ ଜିଲ୍ଲା ପୋଲିସ ସହ ଅତିରିକ୍ତ ୨୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କଟକରେ ସର୍ବାଧିକ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୦ ପ୍ଲାଟୁନ୍, ବାଲେଶ୍ୱରରେ ୧୯ ପ୍ଲାଟୁନ୍, ଭଦ୍ରକରେ ୧୩ ପ୍ଲାଟୁନ୍, ରାଉରକେଲାରେ ୧୧ ପ୍ଲାଟୁନ୍ ଏବଂ ସମ୍ବଲପୁରରେ ୮ ପ୍ଲାଟୁନ୍ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଦୁର୍ଗା ପୂଜା, ଦଶହରା, ରାବଣ ପୋଡ଼ି ଏବଂ ଦେବୀ ମୂର୍ତ୍ତି ବିସର୍ଜନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ପୋଲିସ ଫୋର୍ସ ବିଭିନ୍ନ ଜିଲ୍ଲାକୁ ଦିଆଯାଇଛି । ଏଥିସହ ପ୍ରତି ପୂଜା ମଣ୍ଡପରେ ସିସିଟିଭି ଲଗାଇବା ଲାଗି କୁହାଯାଇଛି ।

Leave A Reply

Your email address will not be published.