Latest Odisha News

ଜଳ ଭଣ୍ଡାର ହେବ ପର୍ଯ୍ୟଟନସ୍ଥଳୀ, ରାଜ୍ୟ ସରକାର କରିବେ ନିଜ ପାଣ୍ଠିରୁ ଖର୍ଚ୍ଚ

୨୦୨୧-୨୨ ରୁ ୨୦୨୩-୨୪ ମଧ୍ୟରେ ସବୁ ହ୍ରଦ ଓ ଜଳଭଣ୍ଡାର ନିକଟରେ ଥିବା ପ୍ରାକୃତିକ ପରିବେଶକୁ କିଭଳି ଅଧିକ ପର୍ଯ୍ୟଟକ ଆସିବେ ସେଥବପାଇଁ ୫୦ କୋଟି ଟଙ୍କା ବ୍ୟୟ କରାଯିବ

ଭୁବନେଶ୍ୱର: ରାଜ୍ୟରେ ଥିବା ଜଳ ଭଣ୍ଡାର ଗୁଡ଼ିକ ନିକଟର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରାଯିବ । ଆସନ୍ତା ବର୍ଷରୁ ୫୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ଯୋଜନା କାର୍ଯ୍ୟକାରୀ ହେବ । ଆସନ୍ତା ବର୍ଷଠୁ ତିନି ବର୍ଷ ଯାଏଁ ଏହି ଉନ୍ନତୀକରଣ କାମ ହେବ । ଜଳଭଣ୍ଡାର ନିକଟ ଅଞ୍ଚଳ ଆଂଶିକ ପର୍ଯ୍ୟଟନ କ୍ଷେତ୍ର ସ୍ଥିତିକୁ ଆସିବା ପରେ ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରିବେ । ପରେ ପର୍ଯ୍ୟଟନ ବିଭାଗ ବିଶେଷ ଯୋଜନା କରି ଏହାକୁ ପୂର୍ଣ୍ଣରୂପ ଦେବ ।

ବୃହତ ଜଳଭଣ୍ଡାରଗୁଡିକର ନିର୍ମାଣଶୈଳୀ ବିଶେଷକରି ଇଞ୍ଜିନିୟରିଂ ଓ ବୈଜ୍ଞାନିକ ଜ୍ଞାନକୌଶଳ ଦେଖିବାପାଇଁ ବହୁ ଲୋକ ଏଠାକୁ ଆସନ୍ତି । ୨୦୨୧-୨୨ ରୁ ୨୦୨୩-୨୪ ମଧ୍ୟରେ ସବୁ ହ୍ରଦ ଓ ଜଳଭଣ୍ଡାର ନିକଟରେ ଥିବା ପ୍ରାକୃତିକ ପରିବେଶକୁ କିଭଳି ଅଧିକ ପର୍ଯ୍ୟଟକ ଆସିବେ ସେଥବପାଇଁ ୫୦ କୋଟି ଟଙ୍କା ବ୍ୟୟ କରାଯିବ ।

୨୦୨୧-୨୨ ବର୍ଷରେ ଏଥିପାଇଁ ୫କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବାବେଳେ ପରବର୍ତ୍ତୀ ଦୁଇଟି ଆର୍ଥିକ ବର୍ଷ ପାଇଁ ଯଥାକ୍ରମେ ୨୭ ଓ ୧୮କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ରାଜ୍ୟ ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବ୍ୟୟ କରିବ ।

ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଜଳ ଭଣ୍ଡାର ପାଖରେ ବଣଭୋଜି ପାଇଁ ପରିବେଶ ସୃଷ୍ଟି ସହିତ ସେଠାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା । ଏଥି ସହିତ ଜଳଭଣ୍ଡାର ନିକଟରେ ସଂଗ୍ରହାଳୟ ସ୍ଥାପନ କରାଯିବ ଯେଉଁଠାରେ ଆସୁଥିବା ପର୍ଯ୍ୟଟକମାନେ ପ୍ରକଳ୍ପ ସଂକ୍ରାନ୍ତରେ ସବିଶେଷ ତଥ୍ୟ ହାସଲ କରିପାରିବେ ।

ପର୍ଯ୍ୟଟନ ବିଭାଗ ସେଠାରେ ଅଧିକ ସୁବିଧା ସୁଯୋଗ ଉପଲବ୍ଧ ସହିତ ତାହାର ରକ୍ଷଣା ବେକ୍ଷଣ କରିବ । ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଜଳଭଣ୍ଡାର ଓ ହ୍ରଦ ପାଶ୍ୱବର୍ତ୍ତୀ ଅଞ୍ଚଳ ବିକାଶ କମିଟି ଗଠନ କରାଯିବ। ଯେଉଁଥିବରେ ସମ୍ପୃକ୍ତ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ସଦସ୍ୟ ସଚିବ ରହିବେ । ମୁଖ୍ୟ ଯନ୍ତ୍ରୀ (ବନ୍ଧ ସୁରକ୍ଷା), ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଏହି କମିଟିରେ ସଦସ୍ୟ ରହିବେ।

ଜିଲ୍ଲାର କେଉଁ ହ୍ରଦକୁ ପ୍ରଥମେ ହାତକୁ ନିଆଯିବ ତାହା କମିଟି ସ୍ଥିର କରିବ । ଯେଉଁ ଜଳଭଣ୍ଡାରକୁ ସଂଯୋଗକାରୀ ସଡକ ଓ ଆନୁସଙ୍ଗିକ ସୁବିଧା ରହିଛି ସେଗୁଡିକୁ ପ୍ରଥମେ ହାତକୁ ନିଆଯିବ । ଏହି ଅଞ୍ଚଳର ରକ୍ଷଣାବେକ୍ଷଣ ଓ ସଫାସୁତୁରା, ପ୍ରବେଶ ଫି, ପାର୍କିଂ ଫି, ବଣଭୋଜି ସ୍ଥାନ ପାଇଁ ଫି ସଦସ୍ୟମାନେ ନିଷ୍ପତ୍ତି କରିବେ । ଏହି ସମସ୍ତ କାର୍ଯ୍ୟର ପରିଚାଳନା ଓ ରକ୍ଷଣା ବେକ୍ଷଣ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପରିବେଶ ବିକାଶ କମିଟି ମିଳିତ ଭାବେ କରିବେ । ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ପରେ ପରବର୍ତ୍ତୀ ବିକାଶ ଓ ରକ୍ଷଣା ବେକ୍ଷଣ ପାଇଁ ତାହାକୁ ପର୍ଯ୍ୟଟନ ବିଭାକୁ ହସ୍ତାନ୍ତର କରାଯିବ ।

Leave A Reply

Your email address will not be published.