Latest Odisha News

BREAKING NEWS

ପାଣିପାଗ ବିଭାଗର ଟ୍ୱିଟର ଏକାଉଣ୍ଟ ହ୍ୟାକ୍, କ୍ରିପ୍ଟୋ ସମ୍ବନ୍ଧୀୟ ହ୍ୟାକର୍ କରିଛନ୍ତି କାରନାମା

ପାଣିପାଗ ବିଭାଗ ଭଳି ଗୁୁରୁତ୍ୱପୂର୍ଣ୍ଣ ବିଭାଗର ଏକାଉଣ୍ଟ ହ୍ୟାକ୍ ହେବା ବିଭାଗର ଆଇଟି କ୍ଷେତ୍ରରେ ଦୁର୍ବଳତା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଏକାଉଣ୍ଟ ହ୍ୟାକ ହୋଇଯାଇଛି । ଶନିବାର ବିଳମ୍ବିତ ସଂଧ୍ୟାରେ ବିଭାଗର ଅଫିସିଆଲ ଏକାଉଣ୍ଟ ହ୍ୟାକ୍ ହୋଇଯାଇଥିବା ଜଣାପଡ଼ିଛି । ହ୍ୟାକର ପାଣିପାଗ ସମ୍ବନ୍ଧୀୟ ତଥ୍ୟ ଦେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଏକାଉଣ୍ଟକୁ ହ୍ୟାକ୍ କରି ଏନଏଫଟି ସମ୍ବନ୍ଧୀୟ ପୋଷ୍ଟ କରିଛନ୍ତି ।

ତେବେ କୌଣସି ବଡ଼ କ୍ରିପ୍ଟୋ ହ୍ୟାକର୍ ଏହାକୁ ହ୍ୟାକ୍ କରିଛନ୍ତି ବୋଲି ଜଣାପଡ଼ୁଛି । ହଜାରରେ ଅଧିକ ଟ୍ୱିଟର ୟୁଜରଙ୍କୁ ଏହି ଏକାଉଣ୍ଟରୁ ଟ୍ୟାଗ କରାଯାଇଛି । ଯେଉଁମାନେ କ୍ରିପ୍ଟୋ ସହିତ ଜଡ଼ିତ ଅଛନ୍ତି ।
ସଭା ଉପରେ ଏନଏଫଟିର ଏକ ନୂଆ କଏନ ଲଞ୍ଚ ସମ୍ବନ୍ଧରେ ଟ୍ୱିଟ୍ ହୋଇଛି । ଏୟାର ଡ୍ରପ ମାଧ୍ୟମରେ ଦୁଇଟି ବିନ୍ଜ ପ୍ରାପ୍ତ କରିବାକୁ ସୂଚନା ଦିଆଯାଇଛି ।

କ୍ରିପ୍ଟୋ ବଜାରରେ ନୂଆ କଏନ ଲଞ୍ଚହେଲେ, କୌଣସି ବଡ଼ ଏକାଉଣ୍ଟ ହ୍ୟାକ୍ ହେବା ଏକ ଟ୍ରେଣ୍ଡ । କିନ୍ତୁ ପାଣିପାଗ ବିଭାଗ ଭଳି ଗୁୁରୁତ୍ୱପୂର୍ଣ୍ଣ ବିଭାଗର ଏକାଉଣ୍ଟ ହ୍ୟାକ୍ ହେବା ବିଭାଗର ଆଇଟି କ୍ଷେତ୍ରରେ ଦୁର୍ବଳତା ଦର୍ଶାଉଛି ।

ସେପଟେ, ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆମେ ଏହାକୁ ରିକୋଭର କରିବାକୁ ଚେଷ୍ଟା କରୁଛୁ । ଖବର ଲେଖାହେବା ଯାଏଁ ଏକାଉଣ୍ଟଟି ରିକୋଭର ହୋଇନି ।

Leave A Reply

Your email address will not be published.