Latest Odisha News

BREAKING NEWS

ଗୋଆକୁ ମିଳିଲା ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀର ସମ୍ମାନ

ନୂଆଦିଲ୍ଲୀ: କରୋନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର। ସମ୍ପ୍ରତି  ପର୍ଯ୍ୟଟନ ଦିଗରେ କିଛିଟା ଅଗ୍ରଗତି ହେଉଥିବା ଦେ୍ଖିବାକୁ ମିଳିଛି। ତେବେ ଏହା ଭିତରେ ଇଣ୍ଡିଆ ଟୁଡେ ପକ୍ଷରୁ ‘ଟୁରିଜିମ୍‌ ସର୍ଭେ ଆଣ୍ଡ୍ ଆୱାର୍ଡ ୨୦୨୦’ର ଆୟୋଜନ କରାଯାଇଥିଲା। ଯେଉଁଥିରେ ସର୍ବୋତ୍ତମ ପର୍ଯ୍ୟଟନ କ୍ଷେତ୍ର ଭାବେ ଗୋଆକୁ ପୁରସ୍କୃତ କରାଯାଇଛି। ଏହା ବ୍ୟତୀତ ଆଉ ଦୁଇଟି ବର୍ଗରେ ମଧ୍ୟ ଗୋଆ ଶ୍ରେଷ୍ଠ ରାଜ୍ୟର ସମ୍ମାନ ଲାଭ କରିଛି।

ଇଣ୍ଡିଆ ଟୁଡେ ପକ୍ଷରୁ ପରିଚାଳିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମଧ୍ୟ ଅଂଶଗ୍ରହଣ କରିଥିଲେ। ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ କରୋନା ପ୍ରାରମ୍ଭିକ ଅବଧିରେ ଭାରତ ଆସିଥିବା ବିଦେଶୀ ଅତିଥିମାନେ ଏଠାରେ ରହିବାକୁ ନିରାପଦ ମନେ କରିଥିଲେ। ଏହା ହେଉଛି ଆମ ପାଇଁ ବଡ ସଫଳତା।
ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ କ୍ରମାଗତ ଭାବରେ ବିଶ୍ୱ ସ୍ତରରେ କାର୍ଯ୍ୟ କରୁଛି। ସେ ଦେଶର ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ କରୋନା ସଙ୍କଟ ପରେ ଭାରତ ବିଶ୍ୱରେ ଏକ ବଡ଼ ପର୍ଯ୍ୟଟନ କେନ୍ଦ୍ର ଭାବରେ ଉଭା ହେବ।

ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୨୦୨୨ ସୁଦ୍ଧା ଭାରତକୁ ବିଶ୍ୱର ପ୍ରମୁଖ ୧୫ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡା। ତେବେ କରୋନା କାଳରେ ହୋଟେଲ ପଞ୍ଜୀକରଣ ବୃଦ୍ଧି ପାଇଛି, ଏହା ନିଶ୍ଚିତ ରୂପେ ଏକ ଭଲ ସଙ୍କେତ।

Comments are closed.