Latest Odisha News

‘RGV MISSING’ରେ ରାମ ଗୋପାଲ ବର୍ମା !

ତେଲେଙ୍ଗାନା: ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଓରଫ RGV । ବିବାଦୀୟ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଏହି ନିର୍ଦ୍ଦେଶକ ଶେଷରେ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି । ପ୍ରଥମ ଥର ପାଇଁ ସେ ଏକ ଟଲିଉଡ୍ ଫିଲ୍ମରେ ଅଭିନୟ କରିବେ । ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲାବେଳେ ଟାଇଟଲ୍ ରହିଛି RGV MISSING ।

ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଅଦୀର ବର୍ମା । ସେହିଭଳି ମୁଖ୍ୟ ଭୂମିକାରେ ନଜର ଆସିବେ ରାମ ଗୋପାଲ ବର୍ମା । ଫିଲ୍ମର କାହାଣୀ ରାମ ଗୋପାଲଙ୍କ ଅପହରଣକୁ ନେଇ ଆଗକୁ ବଢିଛି । ଅପହରଣ ମାମଲାକୁ ରାମ ଗୋପାଲଙ୍କ କର୍ମଚାରୀ ଥାନାରେ ଜଣାଇଥିଲେ ବି ପବ୍ଲିସିଟି ଷ୍ଟଣ୍ଟ ଭାବି ପୋଲିସ ଚୁପ୍ ରହିଥିଲା । ତେବେ ପରେ ଏହି ଅପହରଣ ସତ ସାବ୍ୟସ୍ତ ହୋଇଛି ।

(Courtesy: RGV, YouTube)

ଫିଲ୍ମର ଆଉ ଏକ ଫାକ୍ଟର ସମସ୍ତଙ୍କୁ ଚକିତ୍ କରିଛି । ପୱନ କଲ୍ୟାଣ ଚିରଂଜିବୀ, ଚନ୍ଦ୍ରବାବୁ ନାଇଡୁ, ନରେଶ ଲୋକେଶ ଓ ବାଲକ୍ରିଷ୍ଣାଙ୍କ ଭଳି ବହୁ ପ୍ରମୁଖ କଳାକାରଙ୍କ ଡୁପ୍ଲିକେଟ୍‌ଙ୍କୁ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି । ଏପରିକି ରଜନୀକାନ୍ତଙ୍କ ଡୁପ୍ଲିକେଟ୍‌କୁ ଜଣେ ପୋଲିସ ଅଫିସର ଭାବେ ଟ୍ରେଲରରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.