Latest Odisha News

BREAKING NEWS

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିଲେ ସଫାରି କର୍ମଚାରୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି । ଛତିଶଗଡ଼ରୁ ଆସିଥିବା ୨୭ ଜଣିଆ ଏକ ଦଳକୁ ସଫାରି କର୍ମଚାରୀ ମାଡ଼ ମାରିଥିବା ଥାନାରେ ପ୍ରଥମ ଅଭିଯୋଗ ହୋଇଛି ।

ସେପଟେ ସଫାରି କର୍ମଚାରୀଙ୍କ ପକ୍ଷରୁ ପ୍ରତି ଅଭିଯୋଗ ମଧ୍ୟ କରାଯାଇଛି । ପର୍ଯ୍ୟଟକଙ୍କ ଅଭିଯୋଗ ଯେ, ସଫାରି ବୁକିଂ ପାଇଁ ଟଙ୍କା ନେଇ ବୁଲାଇ ନଥିଲେ ସଫାରି କର୍ମଚାରୀ । ‘ସମୟ ବିଳମ୍ବ ହେଲାଣି ଏବଂ ଆଉ ଯାଇ ହେବନି’ କହିଥିବା ଅଭିଯୋଗ କରିଛନ୍ତି ପର୍ଯ୍ୟଟକ ।

ସଫାରି କର୍ମଚାରୀଙ୍କ ଅଭିଯୋଗ – ବିଳମ୍ବରେ ଆସି ଟିକେଟ କାଟିବାକୁ ବାଧ୍ୟ କରିଥିଲେ ପର୍ଯ୍ୟଟକ । ଆଉ ଟିକେଟ୍ ହୋଇପାରିବନି କହିବାରୁ ହାତ ଉଠାଇଥିଲେ ପର୍ଯ୍ୟଟକ । ଏହା ସହିତ ଅଫିସ ଭିତରେ ପଶି ହୋ ହଲ୍ଲା କରିଥିଲେ ।

ଏବେ ପୋଲିସ୍ ଉଭୟ ପକ୍ଷର ଅଭିଯୋଗ ଗ୍ରହଣ କରି ତଦନ୍ତ ଚଳାଇଛି । ଖବର ଲେଖା ହେବା ଯାଏଁ ବିବାଦ ସମାଧାନର କିଛି ସୂଚନା ମିଳିନି । ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ରାଜ୍ୟ ବାହାରର ଅତିଥିଙ୍କୁ ଏଭଳି ଅସମ୍ମାନ ଆଦୌ ଶୋଭନୀୟ ନୁହେଁ । ଏହି ଘଟଣାରେ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

Leave A Reply

Your email address will not be published.