Latest Odisha News

BREAKING NEWS

ଟ୍ରାଫିକ୍ ଜାମରୁ ବର୍ତ୍ତିବା ପାଇଁ ନଈରେ ଗାଡ଼ି ଚଲାଇଲେ ଡ୍ରାଇଭର

ନୂଆଦିଲ୍ଲୀ,: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବିପୁଳ ପର୍ଯ୍ୟଟକଙ୍କ ସମାଗମ ହେତୁ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଭିଡ଼ରୁ ବଞ୍ଚିବା ପାଇଁ ଜଣେ ଡ୍ରାଇଭର ନଈ ଭିତରେ କାର ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପର୍ଯ୍ୟଟକ ଲାହୁଲ ଉପତ୍ୟକାର ଚନ୍ଦ୍ରା ନଦୀ ଦେଇ ଏକ ମହିନ୍ଦ୍ରା ଥାର ଏସୟୁଭି ଚଲାଉଛନ୍ତି । ନଦୀର ଜଳ ସ୍ତର ସେତେଟା ନଥିଲା ଯାହା କୌଣସି ବିପଦର କାରଣ ହୋଇଥାନ୍ତା । ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏହାର ସମାଲୋଚନା କରିଛନ୍ତି । ଗତକାଲି ସନ୍ଧ୍ୟାରେ ଲାହୁଲରୁ ମନାଲି ମାର୍ଗରେ ଅନେକ ସ୍ଥାନରେ ଟ୍ରାଫିକ ଜାମ୍ ହୋଇଥିଲା । ଯେତେବେଳେ ପର୍ଯ୍ୟଟକ ଜଣକ ତାଙ୍କ କାର ନଦୀକୁ ନେଇ ଯାଇଥିଲେ । ଗତ ତିନି ଦିନରେ ପ୍ରାୟ ୫୫ ହଜାର କାର ଅଟଳ ଟନେଲ ପାର କରି କୁଲୁ, ଲାହଲ୍ ଏବଂ ସ୍ପିଟିରେ ଅଭିମୁଖେ ଯାଉଥିବା ଅଧିକାରୀମାନେ କହିଛନ୍ତି । ସୋସିଆଲ ମିଡିଆରେ ଏବେ ଏହି ରାସ୍ତାରେ ଗାଡି ଗୁଡିକର ଲମ୍ବା ଧାଡି ଦେଖାଯାଉଥିବା ଅନେକ ଭିଡିଓ ସାମ୍ନାକୁ ଆସିଛି ।

ଯଦିଓ ପର୍ଯ୍ୟଟକଙ୍କ ଆଗମନ ଆତିଥ୍ୟ କ୍ଷେତ୍ର ପାଇଁ ଏକ ଉତ୍ସାହ, କିନ୍ତୁ ଏହାକୁ ପରିଚାଳନା କରିବା ପ୍ରଶାସନ ପାଇଁ ଏକ ଆହ୍ୱାନ ସାଜିଛି । ସେହିପରି ନୂଆ ବର୍ଷ ପାଳନ ପାଇଁ ଏହି ସପ୍ତାହରେ ୧ ଲକ୍ଷରୁ ଅଧିକ ଗାଡି ଶିମଲାରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି ।ଏହି ଭିଡ଼ ଅଞ୍ଚଳର ପରିବେଶ ଉପରେ ମଧ୍ୟ ଏକ ବଡ ପ୍ରଭାବ ପକାଇପାରେ ଯାହା ଭୂସ୍ଖଳନ ଏବଂ ପ୍ରାକୃତିକ ବିପର୍ଯ୍ୟୟର କେନ୍ଦ୍ରବିନ୍ଦୁ ଅଟେ ।

Leave A Reply

Your email address will not be published.