Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ଉପରୁ କଟକଣା ହଟାଇଲେ ଜାମ୍ମୁ-କାଶ୍ମୀର ପ୍ରଶାସନ

ଶ୍ରୀନଗର: ଦୀର୍ଘ ଦୁଇମାସ ହେବ ଜାମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣାକୁ ହଟାଇବାକୁ ସୋମବାର ଦିନ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଅକ୍ଟୋବର ୧୦ ତାରିଖରୁ ଏହି କଟକଣାକୁ ପ୍ରତ୍ୟାହୃତ କରାଯିବ।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାର ଠିକ୍‌ ୨ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୨ ତାରିଖରୁ ସମସ୍ତ ପର୍ଯ୍ୟଟକଙ୍କ ଉପରେ ଏହି ପ୍ରତିବନ୍ଧକ ଲଗା ଯାଇଥିଲା । ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବା କୁହାଯାଇ ତୁରନ୍ତ ଘାଟି ଛାଡ଼ିବାକୁ ପର୍ଯ୍ୟଟକଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା ।

ତେବେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍‌ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଟ୍ରାଭେଲ୍‌ ଆଡଭାଇଜରୀକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଆସନ୍ତା ୧୦ ତାରିଖରୁ ଲାଗୁ ହେବ । ଫଳରେ ପର୍ଯ୍ୟଟକମାନେ ପୂର୍ବ ଭଳି ଘାଟିକୁ ବୁଲିବାକୁ ଯାଇ ପାରିବେ ।

ଏହା ପୂର୍ବରୁ ରାଜ୍ୟପାଳ ପ୍ରଥମେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏ ନେଇ ସୋମବାର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରାମର୍ଶଦାତା ଓ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.