Latest Odisha News

BREAKING NEWS

ସମ୍ରାଟ ଅଶୋକଙ୍କ ବିରତ୍ୱର ଗାଥା ଶୁଣିବାରୁ ପର୍ଯ୍ୟଟକ ବଞ୍ଚିତ

ଭୁବନେଶ୍ୱର: ପର୍ଯ୍ୟଟନ ଶିଳ୍ପକୁ ସୁଧାରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ହେଲେ ଆଜିଯାଏଁ କାର୍ଯ୍ୟକାରୀ ହେଇପାରୁନି ଧଉଳି ଲାଇଟ ଓ ସାଉଣ୍ଡ ବ୍ୟବସ୍ଥା।ଧଉଳିରେ ଆଉ ଶୁଣିବାକୁ ମିଳୁନି କଳିଙ୍ଗ ଯୁଦ୍ଧର ବର୍ବରତା କି ସମ୍ରାଟ ଅଶୋକଙ୍କ ମନ ପରିବର୍ତ୍ତନର ଗାଥା। ଗତ ପେବୃଆରୀ ମାସରୁ ଏହା ବନ୍ଦ ହୋଇ ପଡ଼ିଥିବା ବେଳେ ପର୍ଯ୍ୟଟକ ନିରାଶ ହେଉଛନ୍ତି ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଛଅ କୋଟି ଛଅ ଲକ୍ଷ ଟଙ୍କା ବ୍ୟୟରେ ୨୦୧୫ ମସିହାରେ ପ୍ରଥମ ଲାଇଟ ଆଣ୍ଡ ସାଉଣ୍ଡ ସୋ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଅତ୍ୟାଧୁନିକ ଥ୍ରୀ ଡି ପ୍ରୋଜେକ୍ସନ ଟେକ୍ନୋଲୋଜି ସହ ଆନ୍ତର୍ଜାତିକ ବିଶେଷଜ୍ଞ ମାନେ ଏହାର ଡିଜାଇନ ପ୍ରସ୍ତୁତ କରିଥିଲେ। ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଏହା ବନ୍ଦ ରହିଥିଲା। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ଏହା ଠିକ କରାଯାଇଥିଲା। କିଛି ଦିନ ଚାଲିବା ପରେ ଗତ ପେବୃଆରୀ ମାସରୁ ଏହା ପୁଣି ବନ୍ଦ ହୋଇ ପଡ଼ିଛି।

Leave A Reply

Your email address will not be published.