Latest Odisha News

BREAKING NEWS

ହୀରାକୁଦରେ ଅତିଥି ପକ୍ଷୀଙ୍କ ଗଣନା

ହୀରାକୁଦ : ହୀରାକୁଦ ଜଳଭଣ୍ଡାରରେ ଚଳିତ ବର୍ଷ କେତେ ପକ୍ଷୀ ଆସିଛନ୍ତି ତାର ଗଣନା ସରିଯାଇଛି । ପକ୍ଷୀ ଗଣନା କାମରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର ଓ ଝାରସୁଗୁଡା ବନଖଣ୍ଡ କର୍ମଚାରୀ ନିୟୋଜିତ ହୋଇଥିଲେ। ୩ ଡିଭିଜନ ୨୧ ଟିମରେ ଭାଗ ଭାଗ ହୋଇଥିଲେ। ସେମାନେ ୬ ଟି ଦେଶୀ ଡଙ୍ଗା ଓ ୧୪ ଟି ମଟର ଚାଳିତ ଡଙ୍ଗାରେ ବସି ଦୂରବୀକ୍ଷଣ ଯନ୍ତ୍ରରେ ପକ୍ଷୀ ଗଣନା କରିଥିଲେ।

ବିଦେଶରୁ ଆସୁଥିବା ଏହି ଅତିଥି ପକ୍ଷୀ ମାନଙ୍କ ଭିତରେ ସ୍ପଟ , ବିଲ ଡକ , ହ୍ବିସଲିଙ୍ଗ ଡକ , ଗଲ, କମନ ପ୍ରଜାତିର ପକ୍ଷୀଙ୍କ ଉପସ୍ଥିତି ସଂପର୍କରେ ସୂଚନା ମିଳିଛି । ଜଳଭଣ୍ଡାର ନିକଟରେ ୮୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳକୁ ଅକ୍ଟୋବର ମାସ ବେଳକୁ ପରିବ୍ରାଜକ ପକ୍ଷୀ ଆସିଥିଲେ। ଆସିଥିବା ଏହି ଅତିଥି ପକ୍ଷୀମାନେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରହି ତା’ ପରେ ଫେରିଯାଆନ୍ତି ।

Leave A Reply

Your email address will not be published.