Latest Odisha News

BREAKING NEWS

ଟାୱାର୍ ଇନଫୋଟେକ୍ ଚିଟଫଣ୍ଡ ମାମଲା: ସୁପ୍ରିମକୋର୍ଟରେ ୨ ବରିଷ୍ଠ କର୍ମଚାରୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ଟାୱାର୍ ଇନଫୋଟେକ୍ ଲିମିଟେଡ଼ ଚିଟଫଣ୍ଡ ମାମଲାରେ ସୁପ୍ରିମକୋର୍ଟ ଏହି କମ୍ପାନୀର ୨ଜଣ ବରିଷ୍ଠ କର୍ମଚାରୀଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ।

ସିବିଅଇ ପକ୍ଷରୁ ଏହି ମାମଲାର ଶୁଣାଣୀ ବେଳେ ମୋହନ ଏମ ଶାନ୍ତାନଗୌଦାର ଏବଂ ସଞ୍ଜୀବ ଖାନ୍ନା ଦ୍ୱାରା ଖଣ୍ଡପୀଠ ଦର୍ଶାଇଛନ୍ତି ଯେ, “ଏହି ଅର୍ଥ ଲଗାଣକାରୀ ସଂସ୍ଥା ଦ୍ୱାରା ଅନେକ ନିବେଶକାରୀଙ୍କ ଅର୍ଥ ଆତ୍ମସାତ୍ ହୋଇଥିବାର ଅଦାଲତ ଅନୁଭବ କରିଛନ୍ତି । ଯେହେତୁ ଆଗକୁ ଏନେଇ ଆହୁରି ଅଧିକ ତଦନ୍ତ ଜାରି ରହିଛି ତେଣୁ କମ୍ପାନୀ ଅଧିକାରୀମାନଙ୍କ ଏହି ମାମଲାରେ ଜଡ଼ିତ ରହିଥିବା ନେଇ ତଦନ୍ତ ଜାରି ରହିଛି । ନିରୀହ ଜମାକାରୀମାନଙ୍କ ଏହା ଝାଳବୁହା ଧନ ହୋଇଥିବା ଯୋଗୁଁ ତଥା ଏହି ଠକେଇ ମାମଲାରେ ବିପୁଳ ପରିମାଣର ଅର୍ଥ ଆତ୍ମସାତ୍ ହୋଇଥିବା ଯୋଗୁଁ ଏହି ମାମଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।”

ଏହି ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଥିରେ ସଂପୃକ୍ତ ଥିବା ୨ ଅଭିଯୁକ୍ତ ସିଏମଡ଼ି ରମେନ୍ଦୁ ଚଟ୍ଟୋପାଧ୍ୟାୟ ଏବଂ ନିଦେ୍ର୍ଧଶକ ଆଶୀଷ ଚାଟ୍ଟାର୍ଜୀ ଜାମିନ ପ୍ରଦାନ ନକରିବାକୁ ଯୁକ୍ତି ଦର୍ଶାଇଛନ୍ତି । ଏହି ଅର୍ଥ ହେରଫେର ଘଟଣାରେ ଦୁଇ ଅଭିଯୁକ୍ତ ସାଧାରଣ ଜମାକାରୀଙ୍କ ନିକଟରୁ ପ୍ରାୟ ୨୫.୫୯ କୋଟି ଟଙ୍କା ଠକିନେଇଥିବାର ଅଭିଯୋଗ ରହିଛି ।

ଉପରିସ୍ଥ କୋର୍ଟଙ୍କ ନିଦେ୍ର୍ଧଶ ଅନୁଯାୟୀ, ୨୦୧୪ରେ ଶାରଦା ଚିଟଫଣ୍ଡ ମାମଲାରେ ସିବିଆଇ ଏକ ମାମଲା ରୁଜୁ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୫, ନଭେମ୍ବର ୪ ତାରିଖରେ ସିବିଆଇ ପକ୍ଷରୁ ଟାୱାର ଇନଫୋଟେକ ଗ୍ରୃପର ଦିଲ୍ଲୀ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଏକାଧିକ ସ୍ଥାନମାନଙ୍କରେ ଚଢଉ ହୋଇଥିଲା ।

Leave A Reply

Your email address will not be published.