Latest Odisha News

BREAKING NEWS

ଅଚାନକ ଡ଼ିଜିପି ବଦଳାଇବା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ରାତିରେ ଅଚାନକ ଭାବେ ଓଡ଼ିଶା ପୋଲିସ ମହାନିଦେ୍ର୍ଧଶକ (ଡ଼ିଜିପି) ଦାୟିତ୍ୱରେ ଥିବା ବରିÂ ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମାଙ୍କ ବଦଳି ନିଦେ୍ର୍ଧଶକୁ ନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ନାଟକୀୟ ଢଙ୍ଗରେ ଓଡ଼ିଶା ଡ଼ିଜିପିଙ୍କ ବଦଳି ଆଦେଶ ଦେବା ପରେ ପରେ ରାଜ୍ୟ ସରକାର ଅଗ୍ନିଶମ ବିଭାଗରେ ପ୍ରମାଣପତ୍ର ପ୍ରଦାନରେ ଅନିୟମିତତା ଘଟିଥିବା ନେଇ ତରବରରିଆ ଭାବେ ଏକ ତଦନ୍ତ କମିଟି ଗଠନ କରିଥିଲେ । ଏହି କମିଟିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ରାଜ୍ୟ ଉନ୍ନୟନ କମିଶନର୍ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ପ୍ରମୁଖ ରହିଛନ୍ତି ।

ମାତ୍ର ଏହା ନବୀନ ସରକାରଙ୍କ ପୁରୁଣା ଅଭ୍ୟାସ ବୋଲି ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ କଟାକ୍ଷ କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ, କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଓଡ଼ିଶା ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, ବିଜୟ କୁମାର ଶର୍ମାଙ୍କୁ ନେଇ ଏହି ଅଭିଯୋଗ କିପରି ଓ କାହିଁକି ସରକାର ପୂର୍ବରୁ ଅବଗତ ନଥିଲେ । “ଏହିପରି ଅଜ୍ଞତାପୂର୍ଣ୍ଣ ଆଚରଣ ଯୋଗୁଁ ସରକାର ଦୋଷୀ । ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ତରବରିଆ ଭାବେ ଗ୍ରହଣ କରିବା ଏହା ନବୀନ ସରକାରଙ୍କ ପୁରୁଣା ଅଭ୍ୟାସ । ଡ଼ିଜିପି ମାନଙ୍କୁ ସରକାର ଖେଳନା ପରି ଗୋଇଠା ମାରି ବିଦା କରିଦେଉଛନ୍ତି,” ବୋଲି ତାରା ପ୍ରସାନ ବାହିନୀପତି ଅଭିଯୋଗ କରିଛନ୍ତି ।

ଶ୍ରୀ ବାହିନୀପତି ଆହୁରି ମଧ୍ୟ କହିଛନ୍ତି ଯେ, ଏହାପୂର୍ବରୁ ଏହି ସରକାର ପୂର୍ବତନ ଡ଼ିଜିପି ଅମରେନ୍ଦ୍ର ପଟ୍ଟନାୟକ, ପ୍ରକାଶ ମିଶ୍ର ଏବଂ ସଞ୍ଜିବ ମାରିକଙ୍କ ସହିତ ବ୍ୟବହାର କରିଛନ୍ତି ।

ସେହିପରି ଏହି ପ୍ରସଙ୍ଗରେ ବିଜେପି ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏହି ପ୍ରସଙ୍ଗରୁ ଜଣାପଡୁଛି ଯେ, ସରକାର କାହାକୁ ବିଶ୍ୱାସ କରିପାରୁନାହାନ୍ତି । “ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ୍ୁ ଆଉ ବିଶ୍ୱାସ କରିପାରୁନାହାନ୍ତି । ଯେଉଁ ଅଧିକାରୀମାନେ ସରକାରଙ୍କ କହିବା ଅନୁଯାୟୀ କାର୍ଯ୍ୟ କରୁନାହାଁନ୍ତି ସେମାନଙ୍କୁ ପଦବୀରୁ ବିଦା କରିଦିଆଯାଉଛି,” ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ଏହିସବୁ ଅଭିଯୋଗରେ କିଛି କାରଣ ହିଁ ନାହିଁ ଜଣେ ଦକ୍ଷ ପୋଲିସ ଅଧିକାରୀଙ୍କୁ ଡ଼ିଜିପି ପଦବୀରେ ଅବସ୍ଥାପିତ କରିଛନ୍ତି ସରକାର ।

Leave A Reply

Your email address will not be published.