Latest Odisha News

BREAKING NEWS

ଯମୁନା ନଦୀରେ ବିଷାକ୍ତ ଫେଣ

ଦିଲ୍ଲୀ: ପୁଣି ପ୍ରଦୂଷିତ ହେଲୋ ଯମୁନା ପାଣି । ଯମୁନା ନଦୀରେ ଭର୍ତ୍ତି ହୋଇଗଲାଣି ବିଷାକ୍ତ ଫେଣ । ସାରା ନଦୀରେ ଢାଙ୍କି ହୋଇଗଲାଣି ଏହି ଅମ୍ଳ ଯୁକ୍ତ ଫେଣ ସବୁ । ପୂର୍ବ ବର୍ଷ ଅପେକ୍ଷା ଚଳିତଥର ଅଧିକ ମାତ୍ରାରେ ବିଷାକ୍ତ ଫେଣ ଭାସିବାରେ ଲାଗିଛି । ଯାହା ନଦୀ କୂଳ ପାଖରେ ରହୁଥିବା ଲୋକଙ୍କ ଚିନ୍ତା ବଢାଉଛି । ଦିନକୁ ଦିନ ଯମୁନା ନଦୀରେ ବାହାର ବର୍ଜ୍ୟ ବସ୍ତୁ ମିଶିବା ନେଇ ପାଣି ବିଷାକ୍ତ ହେବାରେ ଲାଗିଛି । ଦିନ ଥିଲା କାଳନ୍ଦୀକୁଞ୍ଜ ପାଖରେ ଥିବା ଯମୁନା ନଦୀର ପାଣି ଲୋକଙ୍କର ବ୍ୟବହାର ଉପଯୋଗୀ ଥିଲା ।

ରାତି ପାହିଲେ ଲୋକଙ୍କ ଦୈନଦିନ ଜୀବନରେ କାମରେ ଆସୁଥିଲା ନଦୀ ପାଣି । ହେଲେ ଏବେ ଏହା ସମ୍ପୁର୍ଣ୍ଣ ବିଷାକ୍ତ ହୋଇ ସାରିଲାଣି । ଦୁଷିତ ପାଣି ଯୋଗୁ ନଦୀରେ ପୁଣି ଅମ୍ଳ ଫେଣ ଭାସିବାରେ ଲାଗିଛି । ଆଖପାଖରେ ଥିବା ସମସ୍ତ କଳାକାରଖାନାର ପାଣି ଓ ବର୍ଜ୍ୟବସ୍ତୁ ସହିତ ନାଳ ପାଣି ସବୁ ମିଶୁଛି । ଯାହା ଫଳରେ ପାଣି ପ୍ରଦୂଷିତ ହେବା ସହ ବ୍ୟବହାର ଅନୁପଯୋଗୀ ହେବାରେ ଲାଗିଛି । ପାଣି ବ୍ୟବହାର କରିବା ତ ଦୂରର କଥା ପାଣିରେ ମାଛ ସହ ଅନ୍ୟ ଜଳଚର ଜୀବ ଗୁଡିକ ବି ମରିଯାଉଛନ୍ତି ।

ପୂର୍ବବର୍ଷ କରୋନାରେ କଳକାରଖାନା ସବୁ ବନ୍ଦ ଥିବା ବେଳେ ପାଣି ଧୀରେ ଧୀରେ ସ୍ୱଚ୍ଛ ହେବାରେ ଲାଗିଥିଲା । ହେଲେ କିଛି ମାସ ପରେ ପୁଣି ସେହି ସମାନ ସ୍ଥିତି । ପୂର୍ବ ଥର ଅପେକ୍ଷା ଚଳିତ ଥର ଅଧିକ ପରିମାଣର ବିଷାକ୍ତ ହେବା ସହିତ ବିଷାକ୍ତ ଅମ୍ଳ ଯୁକ୍ତ ଫେଣରେ ଯମୁନା ନଦୀ ପାଣି ଭର୍ତ୍ତି ହୋଇଗଲାଣି । ଯମୁନା ନଦୀ ପାଣି ବିଷାକ୍ତ ହୋଇଯାଉଥିବା ବେଳେ କୂଳରେ ରହୁଥିବା ଲୋକେ ବହୁବାର ଅଭିଯୋଗ କରିଛନ୍ତି ।

କଳକାରଖାନା ପାଣି ଓ ବର୍ଜ୍ୟବସ୍ତୁ ସବୁ ନଦୀରେ ନଛାଡି ଅଲଗା ଛାଡିବାକୁ କହିଛନ୍ତି । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିଚାଲିଥିବା ବେଳେ ନଦୀ ଜଳ ବି ଦୂଷିତ ହେବାରେ ଲାଗିଛି । ଯାହା ପାଇଁ ଜନଜୀବନ ମଧ୍ୟ ବେଶ ପ୍ରଭାବିତ ହେଉଛି । ନଦୀର ଜଳରେ ମିଶୁଥିବା ବର୍ଜ୍ୟବସ୍ତୁ ଓ ଦୂଷିତ ଜଳ ସବୁ ନଦୀରେ ନଛାଡିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ । ।

Leave A Reply

Your email address will not be published.