Latest Odisha News

BREAKING NEWS

ଇଂଲଣ୍ଡରେ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

ସାଉଥାମ୍ପଟନ: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡରେ ପଂହଚିବା ପରେ ୩ ଦିନ କଡା କ୍ୱାରେଂଟାଇନରେ ରହିଥିଲେ । ଏହା ସମାପ୍ତ ହେବା ପରେ ଆଜି ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି । ରବିବାର ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଓ ଚେତେଶ୍ୱର ପୂଜାରା ନେଟ୍ସ ଦୀର୍ଘ ସମୟ ଅଭ୍ୟାସ କରିଥିଲେ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ଏଠାରେ ୱାର୍ଲ୍ଡ ଟେଷ୍ଟ ସିରିଜର ଫାଇନାଲ ମ୍ୟାଚ ଖେଳାଯିବ । ସିରାଜ ଅଭ୍ୟାସ ସେଶନର ଫଟୋ ଶେୟାର କରି ଲେଖିଛନ୍ତି, ମୋ ହାତକୁ ବଲ ଆସିବା ମାତ୍ରେ ମନ ପ୍ରଫୁଲ୍ଲିତ ହୋଇ ଉଠିଛି ।

୧୩ ଜୁନରୁ ଖେଳାଳିମାନେ ପଡିଆରେ ଭଲ ଭାବେ ଅଭ୍ୟାସ କରିପାରିବେ । ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍ ମେ ୧୭ରେ ଏଠାରେ ପଂହଚି ସାରିଛି । ଟିମ୍ ୧୩ ଦିନ ହେବ ଏଠାରେ ଅଭ୍ୟାସ ଜାରୀ ରଖିଛି ।

Leave A Reply

Your email address will not be published.