Latest Odisha News

BREAKING NEWS

ଅଜବ ମ୍ୟାନେଜର, କହିଲେ ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ବାହାନା ଚଳିବନି

ନୂଆଦିଲ୍ଲୀ: ଆମ ଜୀବନରେ ଅନେକ ଥର ଏମିତି ଘଟିଥାଏ ଯେ ଚାକିରି ଓ ସହକର୍ମୀମାନେ ମଧ୍ଯ ଭଲ ମିଳିଥାନ୍ତି କିନ୍ତୁ ମ୍ୟାନେଜର ସେପରି ନଥାନ୍ତି। ତୁମେ ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ମିଳି ନ ଥାଏ ୲ ବର୍ତ୍ତମାନ ସୋସିଆଲ ମିଡିଆରେ ସେହିଭଳି ଏକ ପୋଷ୍ଟ ଭାଇରାଲ୍ ହୋଇଛି। ଯାହାକୁ ପଢିବା ପରେ ୟୁଜର୍ସ କହୁଛନ୍ତି ‘ଭଗବାନ, ଏଭଳି ବସ୍ କାହାକୁ ନମିଳୁ’୲

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଅଫିସ୍ ଯିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ କାର ଦୁର୍ଘଟଣାଗସ୍ତ ହେବା ପରେ ସେ ମ୍ୟାନେଜରଙ୍କୁ ଏହି ବିଷୟରେ ଜଣାଇଥିଲେ ୲ କିନ୍ତୁ ମ୍ୟାନେଜର ଦୁଃଖୀ ହେବା ପରିବର୍ତ୍ତେ ଓଲଟା ପଚାରିଥିଲେ ଯେ ସେ କେତେବେଳେ ଅଫିସରେ ପହଞ୍ଚିବେ। ପରିବାରର କାହାର ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ବାହାନା ଗ୍ରହଣ କରାଯିବ ନାହିଁ ବୋଲି ମଧ୍ଯ କହିଥିଲେ।

ତେବେ ବ୍ୟକ୍ତି ଜଣକ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏହି ମେସେଜର ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି ୲ ଏହି ପୋଷ୍ଟକୁ ପ୍ରାୟ ୧.୫ କୋଟି ଥର ଦେଖାଯାଇଥିବାବେଳେ ସାତ ହଜାରରୁ ଅଧିକ ଲୋକ କମେଣ୍ଟ ମଧ୍ଯ ଦେଇଛନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି, ଏପରି ବସ୍ ବିଷୟରେ କ’ଣ କହିବେ। ସେମାନେ ନିଜ ଅଧୀନରେ କାମ କରୁଥିବା ଲୋକଙ୍କୁ ବହୁତ ହୀନଭାବନାରେ ଦେଖନ୍ତି। ଏହାଛଡା ଅନ୍ୟ ଜଣେ ୟୁଜର୍ସ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ବାହାନା ଯଥେଷ୍ଟ ହେବ ନାହିଁ …ଏହା କିଭଳି କଥା ଓ  ଅନ୍ୟ ଜଣେ କହିଛନ୍ତି ଏପରି ସ୍ଥାନରେ କାମ କରିବା ଅପେକ୍ଷା ଇସ୍ତଫା ଦେଇଦେବା ଭଲ ୲

Leave A Reply

Your email address will not be published.