Latest Odisha News

ମାଲାୟାଲମ୍ ଅଭିନେତା ଟିପି ମାଧବନ୍‌ଙ୍କ ଦେହାନ୍ତ

ମୁମ୍ଵାଇ: ମାଲାୟାଲମ୍ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ଟିପି ମାଧବନ୍‌ଙ୍କ ପରଲୋକ । ଦେହାନ୍ତ ଖବରରେ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଭେଟେରାନ ଅଭିନେତା ୮୮ ବର୍ଷ ବୟସରେ କେରଳ କୋଲାମର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପଠାନପୁରମର ଗାନ୍ଧୀ ଭବନରେ ରହୁଥିବା ଅବସ୍ଥାରେ ପେଟ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ଚିକିତ୍ସିତ ହେଉଥିଲେ।

ମାଧବନ୍ ୬୦୦ରୁ ଅଧିକ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। ୪୦ ବର୍ଷ ବୟସ ପରେ ୧୯୭୫ ମସିହାରେ ସେ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ମାଲାୟାଲମ୍ ଚଳଚ୍ଚିତ୍ର ଅଭିନେତା ସଂଘ, ଏମ୍ଏମ୍ଏର ପ୍ରଥମ ସାଧାରଣ ସମ୍ପାଦକ ଥିଲେ। ମାଧବନ୍‌ଙ୍କ ଦେହାନ୍ତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍  ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.