ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ କଟକରେ ଏକ ମିଟର ଟ୍ୟାମ୍ପରିଂ ରାକେଟର ପର୍ଦ୍ଦାଫାଶ କରାଯାଇଛି।
୨୦୨୫ ଫେବ୍ରୁଆରି ୨ ତାରିଖରେ ଆଠଗଡ଼ ପୋଲିସ ପକ୍ଷରୁ ସନ୍ଦିଗ୍ଧ ଅପରାଧିଙ୍କୁ ଗିରଫ କରାଯାଇ ସେମାନଙ୍କୁ ପୋଲିସ ହେପାଜତରେ ରଖାଯାଇଛି ।
ବିଦ୍ୟୁତ ମିଟରରେ ହେରଫେର କରିବା ଲାଗି ବ୍ୟବହାର କରାଯାଉଥିବା ଏକ ଟୁଲକିଟରୁ ଜବତ କରାଯାଇଛି। ମିଟରରେ ହେରଫେର କରିବା ଲାଗି ଗ୍ରାହକମାନଙ୍କଠାରୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ରାଶି ଅସୁଲ କରାଯାଉଥିଲା ବୋଲି ମଧ୍ୟ ଜଣାପଡ଼ିଛି। ଏହି ରାକେଟରେ ଲିପ୍ତ ସଦସ୍ୟମାନଙ୍କୁ ଚିହ୍ନଟ କରିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ତଦନ୍ତ ଜାରି ରହିଛି। ସନ୍ଦିଗ୍ଧ ମିଟର ହେରଫେର ମାମଲାଗୁଡ଼ିକର ତଦନ୍ତ ଜାରି ରହିଛି।
ବିଦ୍ୟୁତ୍ ଆଇନ ୨୦୦୩ର ଧାରା ୧୩୫ ଅନୁଯାୟୀ ବିଦ୍ୟୁତ ଚୋରି ଏକ ଦଣ୍ଡନୀୟ ଅପରାଧ। ଯାହା ବିଦ୍ୟୁତ ସୁରକ୍ଷା ପ୍ରତି ବିପଦ ଓ ନୀରବଛିନ୍ନ ବିଦ୍ୟୁତ ଯୋଗାଣକୁ ପ୍ରଭାବିତ କରିଥାଏ।
ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରିକୁ ଠାବ କରିବା, ବନ୍ଦ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ମୁତୟନ କରାଯାଇଛି।
ବିଦ୍ୟୁତ୍ ଚୋରି ସମ୍ପର୍କରେ ୯୪୩୭୧୫୮୬୭୦ରେ ହ୍ୱାଟ୍ସଆପ ଓ ଇମେଲ୍ enforcement@tpcentralodisha.com, ମିତ୍ର ଆପ ଓ ଟିିପିସିଓଡିଏଲ ୱେବସାଇଟ ଜରିଆରେ ଜଣାଇବାକୁ ସମସ୍ତଙ୍କୁ ସୂଚନା ଦିଆଯାଇଛି।
Comments are closed.