Latest Odisha News

BREAKING NEWS

ବିଦ୍ୟୁତ୍ ଲାଇନରୁ ଅନଧିକୃତ ହୁକିଂରୁ ଦୂରେଇ ରହିବାକୁ ଟିପିସିଓଡିଏଲର ନିବେଦନ

ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଉପଭୋକ୍ତାଙ୍କୁ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧୀୟ ଅନଧିକୃତ କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ପ୍ରବଳ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟିକୁ ରୋକିବା ପାଇଁ ଏହି ସକ୍ରିୟ ପଦକ୍ଷେପ ନିଆଯାଇଛି।

ଟିପିସିଓଡିଏଲ୍ ଗ୍ରୀଷ୍ମ ସମୟରେ ଭଲ ବିଦ୍ୟୁତ ସେବା ଉପରେ ଗୁରୁତ୍ୱାରୋପ କରିଛି। ବିଜୁଳି ଚାହିଦା ବୃଦ୍ଧି ଯୋଗୁଁ ଅନେକ ସମୟରେ ଫ୍ୟୁଜ୍ ବ୍ଲୋଇଂ, କେବୁଲ୍ ଫେଲ୍ ମାରିବା ଏବଂ ଟ୍ରାନ୍ସଫର୍ମର ଓଭରଲୋଡିଂ ଭଳି ଚ୍ୟାଲେଞ୍ଜ ସୃଷ୍ଟି ହୋଇଥାଏ। ଏସବୁ ସମସ୍ୟା ଯୋଗୁଁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ଦ୍ବାରା ସମସ୍ତ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ବିଦ୍ୟୁତ୍ ଲାଇନରୁ ଅନଧିକୃତ ହୁକିଂ ଏହି ସମସ୍ୟାକୁ ବଢ଼ାଇଥାଏ। ବିଦ୍ୟୁତ୍ ନେଟୱାର୍କକୁ ପ୍ରଭାବିତ କରିଥାଏ ଏବଂ ହଟ୍ ସ୍ପଟ୍ ସୃଷ୍ଟି କରିଥାଏ। ଏଭଳି ଅଭ୍ୟାସ ଶେଷରେ ବିଦ୍ୟୁତ ସେବାରେ ବିପଦ ସୃଷ୍ଟି କରିପାରେ।

ଟିପିସିଓଡିଏଲ୍ ଦର୍ଶାଇଛି ଯେ ଭାରତୀୟ ବିଦ୍ୟୁତ ଆଇନ, ୧୯୫୬ର ଧାରା ୧୩୫ ଅନୁଯାୟୀ ଅନଧିକୃତ ହୁକିଂ କେବଳ ବେଆଇନ ନୁହେଁ, ବରଂ ଏହା ଜନସାଧାରଣଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରେ ଏବଂ ସମୁଦାୟକୁ କ୍ଷତି ପହଞ୍ଚାଇଥାଏ। ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଟିପିସିଓଡିଏଲ୍ ଦାୟିତ୍ବପୂର୍ଣ୍ଣ ଆଚରଣକୁ ପ୍ରୋତ୍ସାହିତ କରୁଛି।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍ ପ୍ରତ୍ୟେକ ଉପଭୋକ୍ତାଙ୍କୁ ସେମାନଙ୍କ ବିଦ୍ୟୁତ୍ ବ୍ୟବହାରରେ ବିବେକ ଓ ଦାୟିତ୍ବ ବହନ କରିବାକୁ ଆହ୍ୱାନ ଦେଇଛି। ଅତ୍ୟାବଶ୍ୟକ ବ୍ୟବହାରକୁ ପ୍ରାଥମିକତା ଦେବା, ଅପଚୟକୁ ଏଡ଼ାଇବା ଏବଂ ଶକ୍ତି-ଦକ୍ଷ ଅଭ୍ୟାସଗ୍ରହଣ କରିବା ଦ୍ୱାରା ଗ୍ରିଡ୍ ଉପରେ ଚାପ ହ୍ରାସ କରାଯାଇପାରିବ।

ଟିପିସିଓଡିଏଲ୍ ଉପଭୋକ୍ତାଙ୍କୁ ନିବେଦନ କରିଛି ଯେ ସେମାନେ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧୀୟ କୌଣସି ଅନଧିକୃତ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ ଏବଂ ସମୁଦାୟକୁ ସୁରକ୍ଷା ଦେବା ସହିତ ବିଦ୍ୟୁତ ନିୟମ ପାଳନ କରିବାରେ ହାତ ମିଳାନ୍ତୁ।

Leave A Reply

Your email address will not be published.