Latest Odisha News

BREAKING NEWS

କେନ୍ଦୁଝର: ସଡକ ଦୁର୍ଘଟଣାରେ ଟାଟା ଷ୍ଟିଲ କର୍ମଚାରୀ ଆହତ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ଖଣ୍ଡବନ୍ଧ ଖଣି ନିକଟରେ ମଙ୍ଗଳବାର ରାତିରେ ଏକ ଷ୍ଟାଫ ବସ୍ ଓଲଟି ପଡିବାରୁ ଟାଟା ଷ୍ଟିଲ କମ୍ପାନୀ (ଟିପିଏଲ)ର ୨୦ ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ କର୍ମଚାରୀମାନେ କମ୍ପାନୀ ବସରେ ଯୋଡା ଯାଉଥିବାବେଳେ କୌଣସିକାରଣବଶତଃ ଡ୍ରାଇଭର ଜଣକ ଗାଡିର ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡିଥିଲା । ଫଳରେ କର୍ମଚାରୀ ମାନଙ୍କ ମଧ୍ୟରୁ ପ୍ରାୟ ୨୦ ରୁ ଅଧିକ ଆହତ ହୋଇଥିବା ବେଳେ ୫ ରୁ ଅଧିକ ଗୁରୁତର ହୋଇଥିବା ନେଇ ଜଣାପଡିଛି ।

ଦୁର୍ଘଟଣା ସମ୍ପକରେ ଖବର ପାଇ ସ୍ଥାନୀୟଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଯୋଡ଼ା ଠାରେ ଥିବା ଟାଟା ଷ୍ଟିଲ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଓଭରଲୋଡ୍ କାରଣରୁ ବସଟି ଓଲଟି ପଡିଥିଲା ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.