Latest Odisha News

BREAKING NEWS

ଅଡୁଆରେ ବୈଜୟନ୍ତ, ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ନେଇ ଲୋକସଭାରେ ଭର୍ତ୍ତୃହରିଙ୍କ ବିସ୍ଫୋରଣ

ନୂଆଦିଲ୍ଲୀ: ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ ମଙ୍ଗଳବାର ଦିନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀଙ୍କ ନାମରେ ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ରହିଥିବାର ସଙ୍ଗୀନ ଅଭିଯୋଗ ମଙ୍ଗଳବାର ଲୋକସଭାରେ ଆଣିଛନ୍ତି ।

“ଭାରତୀୟ ପାସପୋର୍ଟ ରଖିଥିବା ବୈଜୟନ୍ତ ପଣ୍ଡା ବାହାମାସରେ ଆକାଉଣ୍ଟ ଖୋଲିବା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ର ଅନୁମତି ନେଇଥିଲେ କି? ଏନେଇ କେନ୍ଦ୍ର ସରକାରଙ୍କୁ ସୂଚନା ପ୍ରଦାନ କରିଥିଲେ କି? ସେ ବିଦେଶରେ ଆକାଉଣ୍ଟ ଖୋଲିବା ନେଇ ସରକାର ଏବଂ ଆରବିଆଇର ଅନୁମୋଦନ ପ୍ରାପ୍ତ କରିଥିଲେ କି?” ଲୋକସଭାରେ ଏହି ପ୍ରଶ୍ନ ଉଠାଇଛନ୍ତି ଭର୍ତ୍ତୃହରି ମହତାବ ।

ଏନେଇ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ବୈଜୟନ୍ତ କହୁଛନ୍ତି ଯେ, ସେ ଛାତ୍ର ଭାବେ ଅଧ୍ୟୟନ କରୁଥିବା ଯୋଗୁଁ ବା ଜଣେ ଏନଆରଆଇ ଭାବେ ସେତେବେଳେ ଏହି ଆକାଉଣ୍ଟ ଖୋଲିଥିଲେ, ଯେଉଁଥିଲାଗି ସେବେ ସରକାର ବା ଆରବିଆଇଙ୍କ ଅନୁମୋଦନ ଆବଶ୍ୟକ ପଡ଼ିନଥିଲା ।

ସାଂସଦ ଭର୍ତ୍ତୃହରି ମହତାବ ପୂର୍ବତନ ସାଂସଦ ବୈଜୟନ୍ତଙ୍କୁ ୩ଟି ପ୍ରଶ୍ନ ପଚାରିଛନ୍ତି ।

୧ – ଣ୍ଟପାସପୋର୍ଟ ରଖିଥିବା ବୈଜୟନ୍ତ ପଣ୍ଡା ବାହାମାସରେ ଆକାଉଣ୍ଟ ଖୋଲିବା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ର ଅନୁମତି ନେଇଥିଲେ କି? ଏନେଇ କେନ୍ଦ୍ର ସରକାରଙ୍କୁ ସୂଚନା ପ୍ରଦାନ କରିଥିଲେ କି? ସେ ବିଦେଶରେ ଆକାଉଣ୍ଟ ଖୋଲିବା ନେଇ ସରକାର ଏବଂ ଆରବିଆଇର ଅନୁମୋଦନ ପ୍ରାପ୍ତ କରିଥିଲେ କି?
୨ – ଏହି ଆକାଉଣ୍ଟଟିକୁ ବନ୍ଦ କରିବା ବେଳେ ସରକାର କିମ୍ବା ରିଜର୍ଭ ବ୍ୟାଙ୍କକୁ ଅବଗତ କରିଥିଲେ କି?

୩ – ସେ କ’ଣ ବିଦେଶୀ ବ୍ୟାଙ୍କରେ ରଖିଥିବା ସମସ୍ତ ଟଙ୍କା ଫେରାଇ ଆଣିଛନ୍ତି, ଯାହାକି ଆଇନତଃ ଅତ୍ୟନ୍ତ ଆବଶ୍ୟକ ।

ଏପରିକି ଭର୍ତ୍ତୃହରି ଅଭିଯୋଗ କରି ପ୍ରଶ୍ନ କରିଛନ୍ତି, ବୈଦେଶିକ ମୁଦ୍ରା ବିନିମୟ ଆଇନ ଅନୁସାରେ ଯଦି ସବୁ ସର୍ତ୍ତାବଳୀ ବୈଜୟନ୍ତ ପୂରଣ କରିନାହାନ୍ତି, ତେବେ ତାଙ୍କ ବିରୋଧରେ ଅପରାଧୀକ ମାମଲା କାହିଁକି ରୁଜୁ କରାଯାଇ ନାହିଁ ।

ବୈଜୟନ୍ତ ପଣ୍ଡାଙ୍କୁ ଜାନୁଆରୀ ୨୦୧୮ ମସିହାରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡ଼ିରୁ ସସପେଣ୍ଡ କରାଯାଇଥିଲା । ସେ ମଧ୍ୟ ସେହି ବର୍ଷ ମେ ମାସରେ ଦଳ ପରିତ୍ୟାଗ କରିଥିଲେ । ତେବେ ତାଙ୍କୁ ନେଇ ଏ ସମସ୍ତ ଅଭିଯୋଗର ଉତ୍ତର ଦେଇ ବୈଜୟନ୍ତ କ’ଣ କହୁଛନ୍ତି ତାହା ଏବେ ବେଶ୍୍ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.