Latest Odisha News

ରାଇଘରରେ ଉନ୍ନତ ବିଜୁଳି ସେବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଯୋଡ଼ିଙ୍ଗା ପିଏସ୍ଏସ୍ କାର୍ଯ୍ୟକ୍ଷମ

ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ଯୋଡ଼ିଙ୍ଗାଠାରେ ଏକ ନୂତନ ପ୍ରାଇମେରୀ ସବଷ୍ଟେସନ (ପିଏସଏସ୍) କାର୍ଯ୍ୟକ୍ଷମ ହୋଇଛି। ଏହା ରାଇଘର ଏବଂ ଆଖପାଖ ଅଞ୍ଚଳରେ ଭରସାଯୋଗ୍ୟ ବିଜୁଳି ସେବାକୁ ସୁଦୃଢ଼ କରିବ।

ଦୁଇଟି ୫ ଏମଭିଏ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ଥିବା ଏହି ସବଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ବର୍ତ୍ତମାନ ରାଇଘର ପିଏସଏସ ଉପରେ ଥିବା ଲୋଡ୍ ହ୍ରାସ ପାଇବ। ଯାହା ଫଳରେ ୭,୫୦୦ ରୁ ଉର୍ଦ୍ଧ୍ୱ ଉପଭୋକ୍ତା ଗୁଣାତ୍ମକ ବିଜୁଳି ସେବା ଦ୍ଵାରା ଉପକୃତ ହୋଇପାରିବେ। ଏହାସହ ତୁରୁଢି ଏବଂ ପ୍ରାଚୀପଡ଼ାରେ ଦୁଇଟି ୧୧ କେଭି ଫିଡର୍ କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଉନ୍ନତ ମାନର ବିଦ୍ୟୁତ ସେବା ପାଇବେ।

ତୁରୁଢି ଫିଡର ବର୍ତ୍ତମାନ ପ୍ରାୟ ୪ ହଜାର ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ବେଳେ ପ୍ରାଚୀପଡ଼ା ଫିଡର ୩୫୦୦ରୁ ଅଧିକ ଉପଭୋକ୍ତାଙ୍କୁ ବିଜୁଳି ସେବା ପ୍ରଦାନ କରୁଛି। ଭୋଲ୍ଟେଜ ସମସ୍ୟା ଦୂର ହେବା ସହ ଘରୋଇ ଉପଭୋକ୍ତା, ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଭରସାଯୋଗ୍ୟ ଏବଂ ଉନ୍ନତ ମାନର ବିଜୁଳି ଯୋଗାଣ ସମ୍ଭବ ହୋଇପାରିଛି। କ୍ଷମତା ବୃଦ୍ଧି ଏବଂ ନେଟୱାର୍କ ସମ୍ପ୍ରସାରଣ ମାଧ୍ୟମରେ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ସହ ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଟିପିଏସ୍ଓଡିଏଲ୍ ନିରନ୍ତର ପ୍ରୟାସ ଜାରି ରଖିଛି।

Comments are closed.