Latest Odisha News

BREAKING NEWS

ଟିପିଏସ୍‌ଓଡିଏଲ୍ ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି

ବ୍ରହ୍ମପୁର: ନିଜ କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ରାଜ୍ୟବାସୀଙ୍କ ଲାଗି ସୁରକ୍ଷା ସଂସ୍କୃତି ସୃଷ୍ଟି ଓ ପ୍ରସାର କରିବା ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି କରାଯାଉଛି। ପଶୁ ଶିକାର ପାଇଁ ବେଆଇନ ହୁକ ପକେଇବା, ଟିପିଏସ୍‌ଓଡିଏଲ୍ ଭିତ୍ତିଭୂମି ନିକଟରେ ବେଆଇନ ନିର୍ମାଣ ଏବଂ ଘରୋଇ ବିଦ୍ୟୁତ୍ ସୁରକ୍ଷା ଉପରେ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି ।

BjdElectrycity

ଚଳିତ ବର୍ଷ ପାଇଁ ଏଭଳି ୧୩୫ ଅଭିଯାନର ଯୋଜନା ପ୍ରସ୍ତୁତ କରାଯାଇଛି । ବେଆଇନ ବିଜୁଳି ଯୋଗାଣ ନେଇ ପଶୁ ଶିକାର ହେଉଥିବା ସମ୍ବେଦନଶୀଳ ଗୁରୁତ୍ୱପୂର୍ଣ୍ଣ ଅଂଚଳଗୁଡ଼ିକ ପାଇଁ ଏହି ଅଭିଯାନଗୁଡ଼ିକର ଯୋଜନା ପ୍ରସ୍ତୁତ କରାଯାଇଛି । ହାତୀ ଚଳାଚଳ ଅଂଚଳରେ ମଧ୍ୟ ପଥପ୍ରାନ୍ତ ନାଟକ ଆୟୋଜିତ ହେଉଛି ।

ଭଞ୍ଜନଗର ସର୍କଲ ଓ ଆସ୍କା ସର୍କଲ୍‌ଗୁଡ଼ିକରେ ଏହି ସ୍ଥାନଗୁଡ଼ିକ ରହିଛି । ବୁଗୁଡ଼ା ଅଂଚଳ ଅଧୀନରେ ଏଥିରେ ସାମିଲ ହୋଇଥିବା ଗ୍ରାମଗୁଡ଼ିକ ହେଉଛି ମୋଟାବଡ଼ି, ନାଗରୀ, ଡାକରାବଡ଼ି, ଗାନ୍ଧୀନଗର, ପଥରପଲ୍ଲୀ, ତାଳସକରା, ବେଠିଆବରଦା, କଣସୁକା, ଗୁଡ଼ିଆବୋରଦା, କୁଞ୍ଜବନ, ନୂଆଗାଁ, ଗୋଳାବନ୍ଧ, ମାଣିଚର, ଡିଗି, କରିସିଂହ, ଉଦୟପୁର, ମରେଇପଲ୍ଲୀ, ବୁଗୁଡ଼ା ।

“ଟିପିଏସ୍‌ଓଡିଏଲ୍‌ ପ୍ରତିି କର୍ମଚାରୀ ଏବଂ ବୃହତ୍ତର ଭାବେ ଜନସାଧାରଣଙ୍କ ଜୀବନକୁ ଗୁରୁତ୍ୱ ଦେଉଛି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପଶୁ ଓ ଜନତାଙ୍କ ମଧ୍ୟରେ ଘଟୁଥିବା ଘଟଣାକୁ ରୋକିବା ବିଷୟବସ୍ତୁ ଉପରେ ପଥପ୍ରାନ୍ତ ନାକଟଗୁଡ଼ିକ ପର୍ଯ୍ୟବେସିତ । ପଶୁମାନଙ୍କ ସୁରକ୍ଷାର ସ୍ୱତନ୍ତ୍ର ଯତ୍ନ ନେଇ ଦୁର୍ଘଟଣା ଓ ଆଘାତମୁକ୍ତ ଟିପିଏସ୍‌ଓଡିଏଲ୍ ଗଠନ କରିବା ଆମର ଲକ୍ଷ୍ୟ ରହିଛି ।

ସୁରକ୍ଷା ଉତ୍କର୍ଷର ଯାତ୍ରାରେ ଆମେ ରହିଛୁ ଏବଂ ଆମ କାର୍ଯ୍ୟକ୍ଷେତ୍ର ଓ ସମାଜରେ ଏକ ଦୃଢ଼ ସୁରକ୍ଷା ସଂସ୍କୃତି ବିକାଶ କରିବା ଲାଗି ପ୍ରତିବଦ୍ଧ ରହିଛୁ ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି ।’’

Leave A Reply

Your email address will not be published.