Latest Odisha News

BREAKING NEWS

ହାତ ଧରା ଧରି ହୋଇ ଚାଲିଗଲେ ବାପପୁଅ, ଏକାଠି ଜଳିଲା ଜୁଇ

ସୋନପୁର: ଦଇବ କାହା ଭାଗ୍ୟରେ କଣ ଲେଖିଛି ? ଜାଣିବା ମୁସ୍କିଲ୍ । ଏଇ ଯେମିତି ବାପାଙ୍କୁ ମେଡିକାଲ୍ ନେବା ବେଳେ ପ୍ରଥମେ ପୁଅ ଆଖି ବୁଜିବା ପରେ ପୁଅର ମୃତ୍ୟୁ ଖବର ଶୁଣି ବାପାର ପ୍ରାଣବାୟୁ ଉଡ଼ି ଯାଇଛି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିରେ ।

ଶନିବାର ସନ୍ଧ୍ୟାରେ ଏକ ବିବାହ ଉତ୍ସବକୁ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ଆଦି ସା । ଆଦିଙ୍କୁ ତାଙ୍କ ପୁଅ ଆର୍ତ୍ତତ୍ରାଣ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠି ହଠାତ୍ ଅସୁସ୍ଥ ଅନୁଭବ କରିବା ସହ ଆଖି ବୁଜିଥିଲେ ଆର୍ତ୍ତତ୍ରାଣ । ଆଉ ପୁଅର ମୃତ୍ୟୁ ଖବର ଶୁଣି କେଉଁ ବାପାର ହୃଦୟ କେମିତି ସହନ୍ତା ଯେ । ସେଇ ମେଡିକାଲରେ ଆଦି ବି ଆଖି ବୁଜି ଦେଲେ ।

ମାତ୍ର କେଇ ମିନିଟରେ ବାପପୁଅଙ୍କ ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଛି । ଗାଁ ଲୋକଙ୍କ ସହଯୋଗରେ ବାପପୁଅଙ୍କ ଜୁଇ ଏକାଠି ଜଳିଥିବା ବେଳେ ଖେଳି ଯାଇଛି ଶୋକର ଛାୟା । ଅଭାବୀ ପରିବାରର ଦୁଇ ଦୁଇ ଜଣଙ୍କ ଅଚାନକ ମୃତ୍ୟୁ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.