Latest Odisha News

BREAKING NEWS

ଆସ୍କାରେ ଷଷ୍ଠ ଗ୍ରାହକ ସମ୍ପର୍କ କେନ୍ଦ୍ର ଖୋଲିଲା ଟିପିଏସ୍ଓଡିଏଲ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ) ପକ୍ଷରୁ ଆସ୍କାଠାରେ ନୂତନ ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି)ର ଉଦଘାଟନ କରାଯାଇଛି। ଟାଟା ପାୱାରର ସଞ୍ଚାରଣ ଓ ବିତରଣ ମୁଖ୍ୟ ସଞ୍ଜୟ ବାଙ୍ଗା ଏହି ନୂତନ ସମ୍ପର୍କ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ। ଏହି କେନ୍ଦ୍ରର ଉଦଘାଟନ ଗ୍ରାହକ ସେବାକୁ ଅଧିକ ସଶକ୍ତ କରିବା ସହ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇପାରିଛି।

ଏହି ଗ୍ରାହକ ସେବା କେନ୍ଦ୍ର ଉପଭୋକ୍ତାଙ୍କର ଅଭିଯୋଗ, ସମସ୍ୟା, ବିଦ୍ୟୁତ ସଂକ୍ରାନ୍ତୀୟ ପ୍ରଶ୍ନର ଏକକ ସମାଧାନ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ସେହିଭଳି ଏଠାରେ ସହଜରେ ବିଦ୍ୟୁତ ଦେୟ ପୈଠ କରାଯାଇପାରିବ। କେନ୍ଦ୍ରଟି ଅଭିଜ୍ଞ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ ଏଠାରେ ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ପାନୀୟ ଜଳ, ଶୀତ ତାପ ନିୟନ୍ତ୍ରିତ କକ୍ଷ, ପ୍ରତୀକ୍ଷା କକ୍ଷ, ବରିଷ୍ଠ ନାଗରିକଙ୍କ ପାଇଁ ଉତ୍ସର୍ଗୀକୃତ ଡେସ୍କ, ପ୍ରଶ୍ନ ପରିଚାଳନା ବ୍ୟବସ୍ଥା, କିଓସ୍କୋ ଓ ବିଦ୍ୟୁତ ସେବା ସମ୍ପର୍କିତ ସୂଚନା ପାଇଁ ଏଲଇଡି ସ୍କ୍ରିନର ବ୍ୟବସ୍ଥା ରହିଛି। ଏତଦବ୍ୟତୀତ ଗ୍ରାହକ ସେବା କେନ୍ଦ୍ରରେ ଶକ୍ତି ସଂରକ୍ଷଣ, ବନ୍ୟଜନ୍ତୁ ସୁରକ୍ଷା, ଡିଜିଟାଲ ପ୍ରଣାଳୀ ଓ ବିଦ୍ୟୁତ ସୁରକ୍ଷା ସମ୍ପର୍କିତ ସଚେତନ ବାର୍ତ୍ତା ମଧ୍ୟ ରହିଛି।

ଏହି ଗ୍ରାହକ ସମ୍ପର୍କ କେନ୍ଦ୍ର ଉପଭୋକ୍ତାଙ୍କ ସନ୍ତୁଷ୍ଟି ଓ ଉତ୍କର୍ଷ ସେବା ପ୍ରଦାନ କ୍ଷେତ୍ରରେ ଆମର ପ୍ରତିବଦ୍ଧତାର ଏକ ପ୍ରମାଣ। ଉପଭୋକ୍ତାମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଏକକ ସମାଧାନ କେନ୍ଦ୍ର ପ୍ରତି ଦିଆଯାଉଥିବା ଗୁରୁତ୍ୱକୁ ଏହା ଅଧିକ ସୁଦୃଢ କରିବ ବୋଲି କହିଛନ୍ତି। ଆସ୍କାଠାରେ ଟିପିଏସ୍ଓଡିଏଲ୍ ନିଜର ୬ଷ୍ଠ ଗ୍ରାହକ ସମ୍ପର୍କ କେନ୍ଦ୍ର ପ୍ରତିଷ୍ଠା କରିଥିବା ବେଳେ ସମ୍ପ୍ରତି ବ୍ରହ୍ମପୁର, ଜୟପୁର, ପାରଳାଖେମୁଣ୍ଡି, ରାୟଗଡା ଓ ହିଞ୍ଜିଳିକାଟୁରେ ସିଆରସି କାର୍ଯ୍ୟକ୍ଷମ ରହିଛି।

Leave A Reply

Your email address will not be published.