Latest Odisha News

କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭବ ଭିଡ, ୫ ଦିନ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ

ପୁରୀ: ପବିତ୍ର କାର୍ତ୍ତିକ ମାସ ଯୋଗୁଁ ଶ୍ରୀକ୍ଷେତ୍ରରେ ଅସମ୍ଭବ ଭିଡ ପରିଲକ୍ଷିତ ହେଇଛି। ଆସନ୍ତାକାଲିଠୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍। ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ। ବ୍ୟାରିକେଡ୍‌ରେ ପ୍ରବଳ ଗହଳି ଯୋଗୁଁ ଭକ୍ତ ଅସୁସ୍ଥ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ବଡ଼ଦାଣ୍ଡରେ ହେଉଥିବା ଏହି ଅସମ୍ଭାଳ ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡରେ ମାର୍କେଟ ଛକ ଯାଏ ଉଠା ଦୋକାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ରହିବେ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ସେପଟେ ବଡଦାଣ୍ଡର ଦୁଇ ପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ କରାଯାଇଛି । ଡାକବାଜି ଯନ୍ତ୍ରରେ ଦର୍ଶନ ବ୍ୟବସ୍ଥା ଉପରେ ସୂଚନା ଦିଆଯାଉଛି । ଭକ୍ତଙ୍କ ଲାଗି ପ୍ରତି ସେଡ୍‌ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସୁରକ୍ଷା ଦୃଷ୍ଟିରୁ ପଞ୍ଚୁକ ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଭକ୍ତମାନେ ଘଣ୍ଟ ଘଣ୍ଟା ଧରି ବ୍ୟାରିକେଡରେ ଠିଆହୋଇ ରହୁଛନ୍ତି। ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଗହଳି ଯୋଗୁ ଠେଲାପେଲା ପରିସ୍ଥିତି ଉପୁଜୁଛି । ଦର୍ଶନ ବ୍ୟବସ୍ଥା ନେଇ ଅନୁଧ୍ୟାନ ପରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଓ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.