ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡା ଏବଂ ଏନସିଆର ଭଳି ଅଞ୍ଚଳରେ, କାର ଚୋରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉଚ୍ଚ-ସୁରକ୍ଷା ନମ୍ବର ପ୍ଲେଟ୍ ଥିବା ସତ୍ତ୍ୱେ, ଚୋରମାନେ ଗାଡ଼ି ଚୋରି କରିବା ପାଇଁ ନୂଆ ନୂଆ ଟ୍ରିକ୍ ଆପଣଉଛନ୍ତି । ପୋଲିସରେ ଅଭିଯୋଗ କରିବା ପରେ ମଧ୍ୟ ଅଧିକାଂଶ ଗାଡି ଉଦ୍ଧାର କରାଯାଉନାହିଁ ।
ନୋଏଡାର ବୈଜ୍ଞାନିକ ଏକ ସ୍ୱତନ୍ତ୍ର ଉପକରଣ ତିଆରି କରିଛନ୍ତି
ଏହି ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି, ନୋଏଡାର ସେକ୍ଟର-39 ସରକାରୀ କଲେଜର କମ୍ପ୍ୟୁଟର ବିଜ୍ଞାନ ବିଭାଗର ଡକ୍ଟର ଶିଶୁପାଳ ସିଂହ ଏକ ସ୍ୱତନ୍ତ୍ର ଉପକରଣ ତିଆରି କରିଛନ୍ତି । ଚୋରି ଯାନଗୁଡ଼ିକୁ ଟ୍ରାକିଂ କରିବାରେ ଏହି ଡିଭାଇସ୍ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ।
ଏକାଧିକ ଚିପ୍ ଥିବା ଡିଭାଇସ୍
ଏହି ଡିଭାଇସ୍ ସାଧାରଣ GPS ସିଷ୍ଟମଠାରୁ ଭିନ୍ନ । ଏଥିରେ, ଗାଡ଼ିର ବିଭିନ୍ନ ଅଂଶ ଯେପରିକି ଇଞ୍ଜିନ, ଚେସିସ୍ ଏବଂ ନମ୍ବର ପ୍ଲେଟରେ ଛୋଟ ଛୋଟ ଚିପ୍ସ ଲଗାଯାଇଥାଏ । ଏହି ସମସ୍ତ ଚିପ୍ସ ଏକ ନିୟନ୍ତ୍ରକ ସହିତ ସଂଯୁକ୍ତ । ବିଶେଷ କଥା ହେଉଛି ଚୋର ଯଦିଓ GPS ସିଷ୍ଟମ କାଢ଼ିଦିଏ, ଅନ୍ୟ ଚିପ୍ସଗୁଡ଼ିକ କାମ କରିବା ଜାରି ରଖେ ଏବଂ ଗାଡ଼ିର ସ୍ଥାନ ଟ୍ରାକ୍ କରାଯାଇପାରିବ ।
ଚୋରି ଉଦ୍ୟମ ହେଲେ ମୋବାଇଲରେ ଆଲର୍ଟ
ଡିଭାଇସରେ ଓୟାରଲେସ ଏବଂ ସ୍ୱତନ୍ତ୍ର କୋଡିଂ ବ୍ୟବହାର କରାଯାଇଛି । ଯଦି କୌଣସି ଚୋର ଗାଡ଼ିର କୌଣସି ଅଂଶ ବାହାର କରିବାକୁ କିମ୍ବା ଅନ୍ୟ ଗାଡ଼ିରେ ବ୍ୟବହାର କରିବାକୁ ଚେଷ୍ଟା କରେ, ତେବେ ଏହି ଡିଭାଇସ୍ ତୁରନ୍ତ ଗାଡ଼ି ମାଲିକଙ୍କୁ ତାଙ୍କ ମୋବାଇଲରେ ଏକ ସତର୍କ ସୂଚନା ପଠାଇଥାଏ ।
ରାସ୍ତା ଦୁର୍ଘଟଣାରେ ମଧ୍ୟ ସହାୟକ
ବୈଜ୍ଞାନିକ କୁହନ୍ତି ଯେ ଏହି ଉପକରଣ କେବଳ ଚୋରି କ୍ଷେତ୍ରରେ ନୁହେଁ ବରଂ ସଡ଼କ ଦୁର୍ଘଟଣାରେ ମଧ୍ୟ ସହାୟକ ହୋଇପାରେ । ଯଦି ଦୁର୍ଘଟଣା ପରେ କୌଣସି ଗାଡ଼ି ନିଖୋଜ ହୋଇଯାଏ, ତେବେ ଏହି ଡିଭାଇସ୍ ଏହାର ସ୍ଥାନ ଟ୍ରାକ୍ କରିପାରିବ । ସେ କହିଛନ୍ତି, ଏହି ଉପକରଣ ତିଆରି କରିବାକୁ ଗୋଟିଏ ବର୍ଷ ସମୟ ଲାଗିଥିଲା ଏବଂ ଏହାକୁ ଭାରତ ସରକାରଙ୍କ ଠାରୁ ପେଟେଣ୍ଟ ମଧ୍ୟ ମିଳିଛି ।
ଏନସିଆରରେ ସର୍ବାଧିକ ଚୋରି ହୋଇଥିବା ଯାନବାହାନ
ଡିଜିଟାଲ୍ ଇନସୁରାନ୍ସ ପ୍ଲାଟଫର୍ମ ଏକୋ ର ରିପୋର୍ଟ ଅନୁଯାୟୀ, ଏନସିଆରରେ ସର୍ବାଧିକ ଚୋରି ହୋଇଥିବା କାରଗୁଡ଼ିକ ହେଉଛି ମାରୁତି ୱାଗନ୍ ଆର୍, ସ୍ୱିଫ୍ଟ, ହୁଣ୍ଡାଇ କ୍ରେଟା, ସାଣ୍ଟ୍ରୋ ଏବଂ ହୋଣ୍ଡା ସିଟି । ସେହି ସମୟରେ, ହିରୋ ସ୍ପ୍ଲେଣ୍ଡର, ହୋଣ୍ଡା ଆକ୍ଟିଭା ଏବଂ ବଜାଜ ପଲସର ଭଳି ବାଇକ୍ ମଧ୍ୟ ଚୋରଙ୍କ ଟାର୍ଗେଟରେ ।
ପୋଲିସ ଏବଂ ଯାନବାହନ ମାଲିକମାନଙ୍କ ପାଇଁ ଉପଯୋଗୀ
ଏହି ଡିଭାଇସକୁ ‘ସିଷ୍ଟମ ଫର ପ୍ରିବେଣ୍ଟିଂ ଥେପ୍ଟ ଅଫ୍ ଭେଇକିଲ୍ସ’ ନାମ ଦିଆଯାଇଛି । ଏଥିରେ ତିନୋଟି ଓୟାରଲେସ ଚିପ୍ସ ଏବଂ ଏକ ନିୟନ୍ତ୍ରକ ଅଛି ଯାହା କାର ଭିତରେ ଲୁଚାଇ ରଖାଯାଇଛି । ଏହି ନବସୃଜନ କେବଳ ଯାନବାହନ ମାଲିକମାନଙ୍କୁ ଆଶ୍ୱସ୍ତି ଦେବ ନାହିଁ ବରଂ ପୋଲିସ ତଦନ୍ତରେ ମଧ୍ୟ ସହାୟକ ହେବ ।
Comments are closed.