ଛତ୍ରପୁର:ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍ ଧକ୍କାରେ ଟ୍ରାକ୍ ମ୍ୟାନ୍ଙ୍କ ମୃତ୍ୟୁ ଘଟିଛି । ମୃତକ ଖଲ୍ଲିକୋଟ ଅଞ୍ଚଳର କେ.ଗୋବିନ୍ଦ ପାତ୍ର ।
ଘଟଣା ଅନୁସାରେ,ଶୁକ୍ରବାର ଦିନ ୧୦ଟା ସମୟରେ ଛତ୍ରପୁର ନିକଟସ୍ଥ ପୋଡାପଦର ରେଳ ଲାଇନରେ କିଛି ଟ୍ରାକ୍ ମ୍ୟାନ୍ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ବେଳେ ଗୋବିନ୍ଦଙ୍କୁ ଇଣ୍ଟରସିଟି ଟ୍ରେନ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏଭଳି ଅଭାବନୀୟ ଦୁର୍ଘଟଣା ।
ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ପଠାଯାଇଛି ।

