Latest Odisha News

ରାସ୍ତା ତଳକୁ ଖସି ପଡିଲା ଟ୍ରାକ୍ଟର; ତଳେ ଚାପି ହୋଇଗଲେ ଦୁଇ ଭାଇ

ରାୟଗଡା: ରାୟଗଡା ଜିଲ୍ଲା ଗୁଡାରି ଥାନା ମଶାରିଗୁଡା ନିକଟରେ ଘଟିଛି  ଦୁର୍ଘଟଣା ।   ବିଦ୍ୟୁତ୍ ଖୁଣ୍ଟ ବୋଝେଇ ଏକ ଟ୍ରାକ୍ଟର  ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡିଛି ।  ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।  ମୃତକ ଦୁଇଜଣ ସଂମ୍ପର୍କୀୟ ଦୁଇ ଭାଇ ବୋଲି ଜଣାପଡିଛି। ସେମାନଙ୍କ ଘର କୋଲନରା ବ୍ଲକ୍ ରୋବାଡି ଗ୍ରାମରେ । ସେମାନଖଙ୍କ ନାଁ  ସନ୍ତୋଷ କୁମୁରିକ ଓ ଶ୍ୟାମ କୁମୁରିକ ବୋଲି ଜଣାପଡିଛି ।

ଟ୍ରାକ୍ଟରଟି ମଶାରିଗୁଡାରୁ ଗୁମୁଡା ଅଭିମୁଖେ  ଆସୁଥିଲା । ଏଥିରେ ବିଦ୍ୟୁତ ଖୁଣ୍ଡ ବୋଝେଇ ହୋଇ ଯାଉଥିଲା ।  ମଶାରୀଗୁଡା ନିକଟରେ  ଟ୍ରାକ୍ଟରଟି ଭାରସାମ୍ୟ ହରାଇ   ରାସ୍ତା ତଳକୁ ଖସିପଡିଥିଲା। ଟ୍ରାକ୍ଟରରେ ଥିବା ଦୁଇ ଭାଇ ଚାପି ହୋଇ  ରହି ଯାଇଥିଲେ। ଘଟଣାସ୍ଥଳରେ ଗୁଡାରି ପୋଲିସ୍ ପହଞ୍ଚି ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟି ସାରିଥିଲା । ପୋଲିସ  ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.