Latest Odisha News

BREAKING NEWS

ଦେବୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ

ଜଗତସିଂହପୁର: ଦେବୀ ନଦୀରେ ଅଘଟଣ । ଗାଧୋଇବା ବେଳେ ଭାସି ଗଲେ ୩ ଜଣ ସାଙ୍ଗ । ନାଉଗାଁ ବ୍ଲକ ବଛାଳ ସ୍ଥିତ ଦେବୀ ନଦୀରେ ଗାଧୋଇବା ବେଳେ ତିନି ଜଣ ସାଙ୍ଗ ଭାସି ଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି ।

ଆଜି ମଧ୍ୟାହ୍ନରେ ବଛାଳ ଗାଁର ଶାନ୍ତନୁ ନାୟକ, ବିଶ୍ୱଜିତ୍ ରାଉତ ଓ ଅଭିଜିତ ଦାସ ସାଙ୍ଗ ହୋଇ ଦେବୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ନଦୀର ଗଭୀରକୁ ଚାଲି ଯାଇ ଆଉ ଫେରି ପାରି ନଥିଲେ ।

ଶାନ୍ତନୁ ଓ ବିଶ୍ୱଜିତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅଭିଜିତଙ୍କୁ ବିଳମ୍ବରେ ଉଦ୍ଧାର କରାଯାଇ ନାଉଗାଁ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ଅଭିଜିତଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.