Latest Odisha News

BREAKING NEWS

ଟ୍ରାକ୍ଟର ଓଲଟି ୪ ମୃତ, ୩ଜଣ ଆହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମଙ୍ଗଳବାର ସକାଳେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିବାରୁ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଏହି ଦୁର୍ଘଟଣା ଥୁଆମୁଲ ରାମପୁର ଅଞ୍ଚଳର କାଦୋପଲା ଛକ ନିକଟରେ ଘଟିଛି। ଉକ୍ତ ଟ୍ରାକ୍ଟରଟି କିଛି ଶ୍ରମିକମାନଙ୍କୁ ନେଇ ଭବାନୀପାଟଣା ହିଲ ଟାଉନରୁ ଲାବଣ୍ୟସରା ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ମୃତ ବ୍ୟକ୍ତିମାନେ ଦାରୁପତି ମାଝି, ଗାୟତ୍ରୀ ମାଝି, ଉର୍ମି ମାଝି ଏବଂ ମାନସ ମାଝି ବୋଲି ପୋଲିସ ଚିହ୍ନଟ କରିଛି।

ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.