Latest Odisha News

ବିରଜା ହାଟକୁ ଅନ୍ୟତ୍ର ସ୍ଥାନାନ୍ତରିତ ନିଷ୍ପତ୍ତିକୁ ବ୍ୟବସାୟୀଙ୍କ ବିରୋଧ

ଯାଜପୁର: ଯାଜପୁର ଜିଲ୍ଲା ର ବିରଜା ହାଟକୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତ୍ତି କୁ ବ୍ୟବସାୟୀ ଙ୍କ ବିରୋଧ ଜାରି ରହିଛି । ଆଜି ପ୍ରଭାବିତ ବ୍ୟବସାୟୀ ଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ କ୍ଷତିଗ୍ରସ୍ତ ବ୍ୟବସାୟି ଙ୍କୁ ପ୍ରଥମେ ଥଇଥାନ କରିବା ପରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରି ବିରଜା ଅଗ୍ନେଶ୍ୱର ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଘୋର ବିରୋଧ କରାଯାଇଛି ।

BjdElectrycity

ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀ ମାନଙ୍କୁ ଥଇଥାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ସେମାନଙ୍କୁ ଚଳିତ ମାସ ୧୯ ତାରିଖରେ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଉକ୍ତ ଦିନ ଯଦି ଉଚ୍ଛେଦ କରାଯାଏ ତାହେଲେ ଉକ୍ତ ଦିନ ପ୍ରବଳ ବିରୋଧ କରାଯିବ ବୋଲି ବ୍ୟବସାୟୀ ଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.