Latest Odisha News

ମାଛ କିଲୋ ମାତ୍ର ୫୦ ଟଙ୍କା, ଗ୍ରାହକ ଖୁସ୍ ବ୍ୟବସାୟୀ ବି ଖୁସ୍

ନୂଆପଡ଼ା: ବର୍ତ୍ତମାନର ମହଙ୍ଗାମାଡ଼ ଭିତରେ ବଜାରରେ ସବୁ ଜିନିଷର ଦର ଦାମ ଆକାଶ ଛୁଆଁ। ପରିବା ଠାରୁ ଆରମ୍ଭ କରି ମାଛ ମାଂସ ପର୍ଯ୍ୟନ୍ତ। ଏପଟେ ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ସେପଟେ ମିଳୁଛି ମାତ୍ର ୫୦ ଟଙ୍କାରେ କିଲୋଟେ ମାଛ। ଯିଏ ଯେତେ ପାରୁଛି ଘରକୁ ବୋହି ନେଇଯାଉଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତିଖାଲି ଡେମ୍ ଅଞ୍ଚଳରରେ ମିଳୁଛି ମାତ୍ର ୫୦ ଟଙ୍କାରେ ଏକ କିଲୋ ମାଛ।

ସୂଚନା ଅନୁସାରେ, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀକୁ ଏବେ ଗୋଳିଆ ପାଣି ପସୁଛି । ଆଉ ଏହି ଗୋଳିଆ ପାଣିରୁ ମାଛ ଧରୁଛନ୍ତି ଶହ ଶହ ଲୋକ । ତେବେ ପ୍ରବଳ ବର୍ଷା କାରଣରୁ ସୁନ୍ଦରୀ ନଦୀକୁ ଭାଷୀ ଆସିଛନ୍ତି ପ୍ରବଳ ମାଛ। ଜାଲ ପକାଇ ଶହ ଶହ ଲୋକ ମାଛ ଧରୁଛନ୍ତି। ଆଉ ସେହି ମାଛକୁ ମାତ୍ର ୫୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଏତେ କମ୍ ଟଙ୍କାରେ ଏତେ ମାଛ କିଣି ସେପଟେ ଗ୍ରାହକ ବି ଖୁସିରେ ଯେତେ ପାରୁଛି ସେତେ କିଣି ନେଉଛି।

ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ସେପଟେ ଆଗକୁ ଆସୁଛି ଆଉ ଏକ ଲଘୁଚାପ। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ। ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଆସନ୍ତା ୨୮ ତାରିଖରେ ହୀରାକୁଦ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିବା ନେଇ ସୂଚନା ମିଳିଛି।

Comments are closed.