Latest Odisha News

BREAKING NEWS

ଓଡ଼ିଆ କଳା ଓ ସଂସ୍କୃତିର ବାର୍ତ୍ତାବହ ଗୋଟିପୁଅ ନାଚ, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି ।

ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।

ଗୋଟିପୁଅ ନାଚ:

ଗୋଟିପୁଅ ଭାରତର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଛି । ଓଡ଼ିଆରେ “ଗୋଟି”ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ଵାସ କରାଯାଇଥାଏ ।

ଯେତେବେଳେ ଧିରେ ଧିରେ ମାହାରୀ ନାଟର ପ୍ରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଚର ଏହା ମୂଳରୂପ ।

Leave A Reply

Your email address will not be published.