Latest Odisha News

BREAKING NEWS

ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ, ପୂରା ଅଞ୍ଚଳ ଧୂଆଁମୟ

ମୁମ୍ବାଇ: ଥାଣେର ଏକ ସପିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହଠାତ ଲାଗିଲା ନିଆଁ । ଚାହିଁ ଚାହୁଁ ଚାରିଆଡେ ମାଡ଼ିଗଲା । ଅଗ୍ନିକାଣ୍ଡରେ ଜଳିଯାଇଛି ବହୁ ଧନ ସମ୍ପତ୍ତି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି ।

ସକାଳ ପାଖାପାଖି ୮ଟା ୧୦ । ଥାଣେର ହୀରାନନ୍ଦନୀ ଇଷ୍ଟେଟରେ ଥିବା ଆର୍କାଡିଆ ସପିଂ ସେଣ୍ଟରରେ ହଠାତ୍ ଅଗ୍ନିକାଣ୍ଡ ହୋଇଥିଲା । ସେଠାରେ ଥିବା ୬ଟି ଦୋକାନକୁ ବ୍ୟାପିଥିଲା ନିଆଁ । କିଛି ସମୟ ଭିତରେ ସେସବୁ ଦୋକାନ ଜଳି ପୋଡ଼ି ଛାରଖାର ହୋଇଯାଇଛି ।

ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ତିନିଟି ଟିମ୍ ନିଆଁ ଲିଭା କାମରେ ଲାଗିଥିଲେ । ବହୁ ସମୟ ପରେ ନିଆଁ ଆୟତ୍ତ ହୋଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.