କଟକ : କଥାରେ ଅଛି ରଖେ ହରି ତ ମାରେ କିଏ । ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ବା ମାରିବ । ଏଇ ଦେଖୁ ନାହାନ୍ତି ଠିକ୍ ସେହି ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଏକ କେନେଷ୍ଟବଳ ଦେବଦୂତ ସାଜି ବଞ୍ଚାଇଲେ ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ମଧୂପଟଣା ଥାନା ସାମ୍ନା ଲିଙ୍କ ରୋଡ଼ ଟ୍ରାଫିକ ଛକରେ ।
କଟକ ତିଗିରିଆ ଅଞ୍ଚଳର ମହିଳା ଜଣଙ୍କ ଶାଶୁ ଘରର ପାରିବାରିକ କଳହ ପାଇଁ ଆତ୍ମହତ୍ୟାର ଉଦ୍ୟମ ନେଉଥିଲେ । ଓଭରବ୍ରିଜର ଧାରରେ ଛିଡ଼ା ହୋଇ ତଳକୁ ଡେଇଁବାକୁ ଯାଉଥିଲେ । ତଳେ ଛିଡା ହୋଇଥିବା ଲୋକ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରୁଥିଲେ । ହେଲେ ସେ ଶୁଣି ନ ଥିଲେ ।
ଠିକ୍ ସେତିକି ବେଳେ ଦେବଦୂତ ସାଜିଲେ କମିସନରେଟ ପୁଲିସର ଟ୍ରାଫିକ କନେଷ୍ଟବଳ ତପନ କୁମାର ଦାସ । ସେ ତାଙ୍କ ପାଖକୁ ଯାଇ ଟାଣି ତଳକୁ ଟାଣି ଆଣିଲ । ତପନଙ୍କ ସାହାସିକତା ପାଇଁ ରକ୍ଷା ପାଇଲା ଗୋଟିଏ ଜୀବନ । ତେବେ ମହିଳା ଜଣଙ୍କ ଆଇନ ଉପରେ ଭରସା ପାଇ ନ ଥିବାରୁ ଏଭଳି ଚରମ ନିଷ୍ପତି ନେବା କଥା କହିଛନ୍ତି ।
Comments are closed.