ଭୁବନେଶ୍ୱର: ସରିଲା ପୂଜା, ଆଜି ମେଲାଣି ନେବେ ମା’ ଦୁର୍ଗା। ପୁଣି ଆସନ୍ତା ବର୍ଷାକୁ ଅପେକ୍ଷା। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା’ଦୁର୍ଗା । ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି । ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ କମ୍ପିବ ଭୁବନେଶ୍ୱର। ଶୁକ୍ରବାର ଦୁର୍ଗାପୂଜା ବିସର୍ଜନ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ଭୁବନେଶ୍ୱର ଏବଂ କଟକ ସହରରେ ଟ୍ରାଫିକ୍ କଟକଣା ଜାରି କରିଛି।
ଭୁବନେଶ୍ୱରରେ, ପୋଲିସ ଦ୍ୱାରା ଲାଗୁ କରାଯାଇଥିବା ଟ୍ରାଫିକ୍ କଟକଣା ଅକ୍ଟୋବର ୩ ତାରିଖ ଦିନ ୨ଟାରୁ ଅକ୍ଟୋବର ୪ ତାରିଖ ଦିନ ୧ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜଧାନୀରେ ୪ଟି ସ୍ଥାନରେ ଦେଖିବାକୁ ପାଇବେ ମାଙ୍କ ଭସାଣି । ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି ।
ସହୀଦ ନଗର ,ନୟାପଲ୍ଲୀ , ଚନ୍ଦ୍ରଶେଖରପୁର ଓ ଓଲ୍ଡ ଟାଉନ ଚାରୋଟି ସ୍ଥାନରେ ହେବ ସହରରେ ଭସାଣି ଉତ୍ସବ । ଏଥିପାଇ ୪ଟି ଭସାଣି ଉତ୍ସବ କମିଟି ପାଇଁ ଅନୁମତି ଦେଇଛି କମିଶନରେଟ ପୋଲିସ । ପ୍ରଶାସନ ପକ୍ଷରୁ ଡିଜେ ବାରଣ ହୋଇଥିବାରୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ଅଲୋକୀକରଣ ଉପରେ ଧ୍ୟାନ ଦିଆଯାଇଛି ।
ସହୀଦ ନଗର ଭସାଣି ପାଇଁ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଦେଇ ବାଣିବିହାର ପର୍ଯ୍ୟନ୍ତ କୋଣସି ଯାନବାହାନ ଚଳାଚଳ କରିବ ନାହିଁ । ସେହିପରି ନୟାପଲ୍ଲୀ ପାଇଁ ସିଆରପି ଠାରୁ ଡିଏଭି ପର୍ଯ୍ୟନ୍ତ ପରେ ଗୋପବନ୍ଧୁ ଛକ ଦେଇ ଶିରିପୁର ପର୍ଯ୍ୟନ୍ତ କଟକଣା ରହିବ । ଚନ୍ଦ୍ରଶେଖରପୁର ପାଇଁ ନନ୍ଦନକାନନ ଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ଗାଡି ଚଳାଚଳ କଟକଣା ରହିବ।
ଏଥିପାଇ ପାର୍ଶ୍ଵ ରୋଡ ଦେଇ ଯାତାୟତ କରିବେ ସହରବାସୀ । ଏନେଇ ଖୋର୍ଦ୍ଧା ପଟୁ ଆସୁଥିବା ସମସ୍ତ ଭାରୀଯାନଗୁଡ଼ିକ ସର୍ଭିସ ରୋଡରେ ଯିବାକୁ ଅନୁମତି ଦିଆଯିବନାହିଁ । କେବଳ NH ରେ ଯାଇପାରିବେ ଏହି ଗାଡି । ଏନେଇ ବିଏମସି ପକ୍ଷରୁ ସବୁ ପୁଜା କମିଟିମାନଙ୍କୁ ଅବଗତ କରାଯାଇଛି ।
Comments are closed.