Latest Odisha News

BREAKING NEWS

ପ୍ୟାରିସରେ ୭୦୦କିମି. ଲମ୍ବା ଟ୍ରାଫିକ୍ ଜାମ୍‌

ପ୍ୟାରିସ: ଫ୍ରାନ୍ସର ପ୍ୟାରିସରେ ୭୦୦କିମି. ଲମ୍ବର ଟ୍ରାଫିକ୍ ଜାମ୍ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନା ଅନୁଯାୟୀ କରୋନା ସଂକ୍ରମଣ ମାମଲା ବଢୁଥିବା ଯୋଗୁଁ ଦେଶରେ ୪ ସପ୍ତାହ ଲାଗି ଲକଡାଉନ୍ ଘୋଷଣା କରାଯାଇଛି । ଗତ ଗୁରୁବାର ରାତିରେ ଏହି ଘୋଷଣା ହେବା ପରେ ପ୍ୟାରିସ ଓ ତା’ ଆଖପାଖ ରାସ୍ତାରେ ୭୦୦ କିମି. ଲମ୍ବର ଟ୍ରାଫିକ୍ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଶୁକ୍ରବାର ସକାଳେ ପୂରା ରାସ୍ତା ଏକପ୍ରକାର ଶୂନଶାନ୍ ହୋଇଯାଇଥିଲା ।

ଏପରିକି ରେସ୍ତୋରାଁ ଓ କ୍ୟାଫେ ଆଦି ବନ୍ଦ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସୁପର ମାର୍କେଟ ସମ୍ମୁଖରେ ଲୋକଙ୍କ ଗହଳି ହୋଇଥିଲା ।

ଆହୁରି ମଧ୍ୟ ଗତ ୭ ମାସ ମଧ୍ୟରେ ଫ୍ରାନ୍ସରେ ଦ୍ୱିତୀୟ ଥର ପାଇଁ ଲକଡାଉନ୍ ଜାରି କରାଯାଇଛି । କେବଳ ଡ୍ୟୁଟିକୁ ଯାଉଥିବା କିମ୍ବା ଡାକ୍ତରଙ୍କୁ ସାକ୍ଷାତ କରିବା ପାଇଁ ଯାଉଥିବା ଲୋକଙ୍କୁ ଯାତାୟାତ ଅନୁମତି ଦିଆଯାଇଥିବା ବେଳେ ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 

Leave A Reply

Your email address will not be published.