Latest Odisha News

BREAKING NEWS

ବକ୍ସିଂ ରିଙ୍ଗକୁ ଫେରିବେ ଦୁଇ ମହାରଥୀ ଟାଇସନ ଓ ରୟ ଜୋନ୍ସ

ଲସଆଞ୍ଜେଲ୍ସ:ବକ୍ସିଂ ଇତିହାସର ଦୁଇ ମହାରଥୀ ପୁନର୍ବାର ରିଙ୍ଗକୁ ଫେରିବେ । ଏହି ଦୁଇ ଜଣ ହେଲେ ମାଇକ ଟାଇସନ ଓ ରୟ ଜୋନ୍ସ ଜୁନିୟର । ନଭେମ୍ବର ୨୮ରେ ଲସଆଞ୍ଜେଲ୍ସର ଷ୍ଟାପଲ୍ସ ସେଂଟରରେ ଏହି ବାଉଟ ଆୟୋଜିତ ହେବ । ଏହା ଏକ ପ୍ରଦର୍ଶନୀ ଫାଇଟ ହୋଇଥିଲେ ମଧ୍ୟ ଆମେ ଉଚ୍ଚକୋଟୀର ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବୁ ବୋଲି ବକ୍ସର ଦ୍ୱୟ କହିଛନ୍ତି ।

୮ରାଉଣ୍ଡ ବିଶିଷ୍ଟ ଏହି ଫାଇଟ ପାଇଁ ଆବଶ୍ୟକ ଅନୁମତି ଆଥଲେଟିକ କମିଶନରଙ୍କଠାରୁ ନିଆଯାଇଛି । ୨୦୦୫ରେ ଟାଇସନ ଶେଷ ଥର ପାଇଁ ରିଙ୍ଗକୁ ଓହ୍ଲାଇଥିଲେ । ଅପରପକ୍ଷରେ ଜୋନ୍ସ ସୁପର ମିଡିଲୱେଟ ଏବଂ ଲାଇଟ ହେଭିୱେଟ ଟାଇଟଲ ବଜାୟ ରଖିଥିଲେ । ୨୦୧୮ରେ ସେ ଶେଷ ଥର ରିଙ୍ଗକୁ ଓହ୍ଲାଇଥିଲେ ।

Leave A Reply

Your email address will not be published.