Latest Odisha News

BREAKING NEWS

ଅମାନିଆଙ୍କୁ ସାବାଡ୍ କରିବାକୁ ରାଜଧାନୀରେ ପୋଲିସର ଧରପଗଡ: ୯୦ ବାଇକ୍ ସିଜ୍

ଭୁବନେଶ୍ବର : ସଡକ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ସର୍ବଦା ପ୍ରୟାସ କରାଯାଉଛି । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବଣ୍ଟା ଯାଉଛି  । ତଥାପି ଲୋକ ଚେତୁନାହାଁନ୍ତି । ଦିନକୁ ଦିନ ବଢୁଛି ଅମାନିଆଙ୍କ ଉତ୍ପାତ୍ତ । ଯାହାକୁ ନେଇ ଆଜି ଆକ୍ସନ ମୁଡକୁ ଆସିଛି ଟ୍ରାଫିକ ପୋଲିସ୍ । ଅମାନିଆଙ୍କୁ ସାବାଡ୍ କରିବା ପାଇଁ ରାଜଧାନୀରେ ପୋଲିସ ଧରପଗଡ ଜାରି ରଖିଛି ।

ରଙ୍ଗରୁଟ୍ , ବିକଟାଳ ହର୍ଣ୍ଣ , ବେଆଇନ ସାଇଲେନ୍ସ ର ବ୍ୟବହାର ଉପରେ ଯାଞ୍ଚ କରାଯାଇଛି । ଆଇନ ଉଲଂଘନ ଅଭିଯୋଗରେ ପ୍ରାୟ ୯୦ଟି ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି । ଏନେଇ ଟ୍ରାଫିକ୍ ଥାନା ଆଇଆଇସି  କହିଛନ୍ତି ରଙ୍ଗ ଡ୍ରାଇଭ କରିଥିବା ବ୍ୟକ୍ତିଙ୍କୁ ଆମେ ଜରିମାନାରେ ଛାଡି ପାରିବୁନି । ଜରିମାନାରେ ଛାଡିବା ଆମ କ୍ଷମତା ବାହାରେ , ତେଣୁ କୋର୍ଟରେ ଦାଖଲ କରାଯିବ  । ଯେଉଁମାନେ ମଦ ପିଇ ଧରାପଡୁଛନ୍ତି , ସେମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯିବ  ।

Leave A Reply

Your email address will not be published.